Latest Odisha News

BREAKING NEWS

ଗଞ୍ଜାମରେ ଜୁଆ ଆଡ୍ଡା ଉପରେ ଚଢାଉ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବିଭିନ୍ନ ଜୁଆ ଆଡାରେ ଗତକାଲି ପୋଲିସ ଚଢାଉ କରିବା ସହିତ ପାଖାପଖି ୯୫ଜଣଙ୍କୁ ଗିରଫ କରିଛି । ଏହାବ୍ୟତିତ ସେମାନଙ୍କ ବିରୋଧରେ ୧୪ ମାମଲା ରୁଜୁ କରାଯାଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଏହି ଚଢାଉ ବେଳେ ବ୍ରହ୍ମପୁରରୁ କେବଳ ୬୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିଲା ବେଳେ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରୁ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ଏପରିକି ସେମାନଙ୍କ ଠାରୁ ନଗଦ ୪ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଛି ।

କୁମାର ପୂର୍ଣ୍ଣିମା ଅବସରରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ଲୋକମାନେ ଜୁଆ ଖେଳୁଥିବା ବେଳେ ଦୁର୍ଭାଗ୍ୟବଶତଃ ପୋଲିସ ଚଢାଉ କରି ଉକ୍ତ ଜୁଆଡିଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.