Latest Odisha News

BREAKING NEWS

ସୁନ୍ଦରଗଡରେ ‘୫ଟି’ ସଚିବ ପାଣ୍ଡିଆନ୍; କାର୍ଯ୍ୟରେ ଅବହେଳା ନେଇ ସିଡିଏମଓ ନିଲମ୍ବିତ ଓ ଜିଲ୍ଲାପାଳଙ୍କୁ ନୋଟିସ୍

ସୁନ୍ଦରଗଡ: କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ଓଡିଶା ସରକାର ରବିବାର ଦିନ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ (ସିଡିଏମଓ) ପଙ୍କଜ ପଟେଲଙ୍କୁ ନିଲମ୍ବିତ କରିଛନ୍ତି।

ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ମୋ ସରକାର” କାର୍ଯ୍ୟକାରିତାରେ ଅବହେଳା କରାଯାଇଥିବା ନେଇ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ.ପାଣ୍ଡିଆନ୍ ନିକଟ ଅତୀତରେ ରାଜ୍ୟର ସମସ୍ତ ହସ୍ପିଟାଲରେ ସ୍ୱାସ୍ଥ୍ୟ ସୁବିଧା ଓ ରୋଗୀଙ୍କ ସମ୍ପର୍କରେ ସମୀକ୍ଷା କରିବା ଲାଗି ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବେଳେ ଆଜି ସୁନ୍ଦରଗଡ ଗସ୍ତ କରିଛନ୍ତି ।

ହସ୍ପିଟାଲରେ କେତେକ ତ୍ରୁଟି ଥିବା ଦେଖି ବିରକ୍ତ ପ୍ରକାଶ କରିଥିଲେ ପାଣ୍ଡିଆନ୍ ।

ଏପରିକି ମେଡିକାଲରେ ରୋଗୀଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଉନଥିବା ନେଇ ସୁତ୍ରରୁ ପ୍ରକାଶ ।

ଗାନ୍ଧୀ ଜୟନ୍ତୀରୁ “ମୋ ସରକାର” କାର୍ଯ୍ୟକ୍ରମ ଆରମ୍ଭ ହେବା ପରେପରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି ।

Leave A Reply

Your email address will not be published.