Latest Odisha News

BREAKING NEWS

କୁମାର ବିଶ୍ୱାସଙ୍କ ଟୁଇଟ: ତୁମ ଗଏ କ୍ୟା ସହର ଶୁନା କର ଗଏ । ଦର୍ଦ କା ଆକାର ଦୁନା କର ଗଏ ।

ମୁମ୍ବାଇ: ବଲିଉଡର ଅଭିନେତା ସୁଶାନ୍ତ ରାଜପୁତଙ୍କ ବିୟୋଗ କବି କୁମାର ବିଶ୍ୱାସଙ୍କୁ ଶକ୍ତ ଧକ୍କା ଦେଇଛି । ସେ ଲେଖିଛନ୍ତି ସୁଶାନ୍ତ ବାରମ୍ବାର ମନେ ପଡୁଛନ୍ତି । କିଛି କାମ କରିପାରୁନି । ଏ ନେଇ ସେ ଟୁଇଟ କରିଛନ୍ତି-
ତୁମ ଗଏ କ୍ୟା ସହର ଶୁନା କର ଗଏ
ଦର୍ଦ କା ଆକାର ଦୁନା କର ଗଏ ।
ମୋର ପ୍ରିୟ ଭାଇ-ଭଉଣୀ ଯାହା ହେବାକୁ ଚାହୁଁଛ ହୁଅ । ମାତ୍ର ଏତେ ଚେଷ୍ଟା କର ନାହିଁ ଯେ ତୁମେ ପୂର୍ଣ୍ଣ ମାତ୍ରାରେ ଭାଙ୍ଗି ପଡିବ ।

ଆଉ ଏକ ଟୁଇଟରେ ଲେଖିଛନ୍ତି ବାରମ୍ବାର ଚିନ୍ତା କରୁଥିଲି ତୁମ ସହିତ କଥା ହେବି, ଟିକେ ଡେରି ହୋଇଗଲା । ଏତେ ଡେରି ହୋଇ ନାହି: ଯେ, ତୁମେ ଏମିତି ଚୂପ ହୋଇଯିବ । ବଲିଉଡର ଏହି ଅଲରାଉଣ୍ଡ କଳାକାରଙ୍କ ଦୁଃଖଦ ଆତ୍ମହତ୍ୟା ମୋ ଭଳି ଅନେକଙ୍କୁ ଦୁଃଖିତ କରିଛି ।

Leave A Reply

Your email address will not be published.