Latest Odisha News

ଜୁନ୍ ୨୦ରୁ ଆଲାଇନ୍ସ ଏୟାର ପକ୍ଷରୁ ଝାରସୁଗୁଡା-ରାୟପୁର ବିମାନ ଉଡାଣ ଆରମ୍ଭ

ଝାରସୁଗୁଡା: ବିଗତ ତିନି ମାସର ବ୍ୟବଧାନ ପରେ ଆସନ୍ତା ଜୁନ୍ ୨୦ରୁ ଆଲାଇନ୍ସ ଏୟାର ପକ୍ଷରୁ ଝାରସୁଗୁଡାରୁ ରାୟପୁରକୁ ବିମାନ ଚଳାଚଳ ଆରମ୍ଭ କରାଯିବ।

BjdElectrycity

କରୋନାଭାଇରସ ମହାମାରୀ ଯୋଗୁଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ଫଳରେ ପ୍ରାୟ ତିନିମାସ ହେବ ବିମାନ ଚଳାଚଳ ସ୍ଥଗିତ ହୋଇଥିଲା।

ସୂଚନାଯୋଗ୍ୟ, ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ର ଅନୁମତି ଦେବା ପରେ ଆଲାଇନ୍ସ ଏୟାର ଜୁନ୍ ୧ରେ କୋଲକାତା-ଝାରସୁଗୁଡା-ଭୁବନେଶ୍ୱରକୁ ବିମାନ ଉଡାଣ ଆରମ୍ଭ କରିଥିଲା।

ଏହା ଗତ ବର୍ଷ ଜୁନ୍ ୬ରେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ୱର ଏବଂ ରାୟପୁରକୁ ଦୁଇଟି ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିଥିଲା।

Leave A Reply

Your email address will not be published.