ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପରୋକ୍ଷରେ କଟାକ୍ଷ କରି ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରା ବିବାଦ ଘେରରେ ଫସି ଯାଇଛନ୍ତି। ଏଥିପାଇଁ ତାଙ୍କୁ କଡା ସମାଲୋଚନାର ସାମ୍ନା କରିବାକୁ ପଡୁଛି। ଫଳରେ ଶୁକ୍ରବାର ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ସେ।
ତେବେ ଏହି ଜାମିନ ଆବେଦନ ପାଇଁ କାମରା ନିଜର ଯୁକ୍ତି ଦର୍ଶାଇ କହିଛନ୍ତି ଯେ ସେ ତାମିଲନାଡୁର ଭାଲୁପୁରମ ଜିଲ୍ଲାର ଅଟନ୍ତି। ତେବେ ମୁମ୍ବାଇ ପୋଲିସ ଦ୍ୱାରା ଦୁଇଥର ସମନ କରାଯିବା ପରେ ତାଙ୍କୁ ଗିରଫ ହେବାର ଭୟ ଲାଗି ରହୁଛି। ସେ ଏକ ଗୀତ ମାଧ୍ୟମରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କଟାକ୍ଷ କରିଥିଲେ। ତେବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ଓ ଶିବ ସେନାର ସମର୍ଥକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ସେ ଯେଉଁ କ୍ଲବରେ ଶୋ କରୁଥିଲେ ସେଠାରେ ଭଙ୍ଗାରୁଜା ମଧ୍ୟ କରାଯାଇଛି।
ତେବେ ଶିବସେନା ବିଧାୟକ ମୁରଜୀ ପଟେଲଙ୍କ ଅଭିଯୋଗକୁ ଆଧାର କରି ଖାର ପୋଲିସ ଉପମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ କାମରାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। ଏଫଆଇଆର ପରେ କୁନାଲ ତାଙ୍କ ଏକ୍ସ ଆକାଉଣ୍ଟରେ ହାତରେ ସମ୍ବିଧାନକୁ ଧରି ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ ଆଗକୁ ବଢ଼ିବାର ଏକମାତ୍ର ଉପାୟ।” ତେବେ ଏହି ମାମଲାରେ ଟି-ସିରିଜ୍ ମଧ୍ୟ କାମରାଙ୍କୁ ଏକ କପିରାଇଟ୍ ନୋଟିସ୍ ପଠାଇଛି।
Comments are closed.