Latest Odisha News

BREAKING NEWS

ଭାରତର ୱିଣ୍ଟର ଅଲିମ୍ପିଆନ୍‌ଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ କୁନାଲ

ନୂଆଦିଲ୍ଲୀ: ନିର୍ମାତା ଭାବରେ କୁନାଲ କପୁର ତାଙ୍କର ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନିକଟରେ ଅଭିନେତା ତାଙ୍କ ପ୍ରଡକ୍ସନ୍ ହାଉସର ଶୁଭାରମ୍ଭ କରିଛନ୍ତି। ନିର୍ମାତା ଭାବରେ ତାଙ୍କର ପ୍ରଥମ ପ୍ରୋଜେକ୍ଟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। କୁନାଲ ଭାରତର ୱିଣ୍ଟର ଅଲିମ୍ପିଆନ ଶିବ କେଶବନଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବେ।

ଇନଷ୍ଟାଗ୍ରାମରେ ଏହି ଘୋଷଣା କରି କୁନାଲ କପୁର ଲେଖିଛନ୍ତି ଯେ ୱିଣ୍ଟର ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ୬ ଥର ଅଲିମ୍ପିଆନ୍ ତଥା ପ୍ରଥମ ଆଥଲେଟ୍ ଶିବ କେଶବନ୍ ତାଙ୍କୁ ଅନୁପ୍ରାଣିତ କରିଛନ୍ତି।

ସେ ଲେଖିଛନ୍ତି, “ଛଅ ଥର ୱିଣ୍ଟର ଅଲିମ୍ପିଆନ୍‌ଙ୍କ କାହାଣୀ ସହିତ ନିର୍ମାତା ଭାବରେ ମୋର ଯାତ୍ରା ଆରମ୍ଭ କରି ମୁଁ ବହୁତ ଖୁସି।

Leave A Reply

Your email address will not be published.