Latest Odisha News

BREAKING NEWS

ଭାରତରେ କୋଭିଡ-୧୯ ଟିକା ଅନୁମୋଦନ ପ୍ରସ୍ତାବ ପ୍ରତ୍ୟାହାର କଲା ଜନସନ ଆଣ୍ଡ୍‌ ଜନସନ

ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) କହିଛି ଯେ ଜନସନ ଆଣ୍ଡ ଜନସନ ଏହାର ସିଙ୍ଗଲ୍‌ ଡୋଜ୍‌ କୋଭିଡ-୧୯ ଟିକାକୁ ଭାରତରେ ଅନୁମୋଦନ ମାଗିଥିବା ପ୍ରସ୍ତାବକୁ ପ୍ରତ୍ୟାହାର କରି ନେଇଛି। ଜନସନ ଏବଂ ଜନସନ ଏପର୍ଯ୍ୟନ୍ତ ପ୍ରତ୍ୟାହାରର କୌଣସି କାରଣ ଦର୍ଶାଇ ନଥିବା ଜଣାପଡ଼ିଛି।

ଆମେରିକାର ଭିତ୍ତିକ କମ୍ପାନୀ ଜେ ଆଣ୍ଡ ଜେ ଭାରତରେ କ୍ଲିନିକାଲ୍ ଅଧ୍ୟୟନ ପାଇଁ ଏପ୍ରିଲରେ ଅନୁମୋଦନ ଲୋଡିଥିଲା।

ଏହା ପୂର୍ବରୁ ଜଣାଯାଇଥିଲା ଯେ ଜନସନ ଆଣ୍ଡ ଜନସନ ଟିକାର କିଛି ହଜାର ଡୋଜ ଜୁଲାଇରେ ଭାରତରେ ପହଞ୍ଚିପାରେ।

ଫେବୃଆରୀ ୨୦୨୧ରେ ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ଏଫଡିଏ ଜନସନ ଆଣ୍ଡ ଜନସନର ଭାଇରାଲ ଭେକ୍ଟର କୋଭିଡ-୧୯ ଟିକାକୁ ଅନୁମତି ଦେଇଥିଲା।

ହୁ ଅନୁଯାୟୀ, ଜେ ଆଣ୍ଡ ଜେ ଟିକା ର ପ୍ରଭାବ ସାମାନ୍ୟରୁ ମଧ୍ୟମ କୋଭିଡ-୧୯ ରୋଗୀଙ୍କ ପାଇଁ ୬୬.୩ ପ୍ରତିଶତ ଏବଂ ଗୁରୁତର ସଂକ୍ରମଣ ପାଇଁ ୭୬.୩ ପ୍ରତିଶତ ଥିଲା। ଏହା ସହିତ, ଟିକାକରଣର ୨୮ ଦିନ ପରେ କୋଭିଡ-୧୯ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ୧୦୦ ପ୍ରତିଶତ ସୁରକ୍ଷା ଯୋଗାଇଥାଏ।

Leave A Reply

Your email address will not be published.