Latest Odisha News

BREAKING NEWS

ପାପାଙ୍କ ସହ ଖ୍ରୀଷ୍ଟମାସ ଟ୍ରି ସଜେଇବାରେ ବ୍ୟସ୍ତ କୁନି ଝିଅ ଇନାୟା

ମୁମ୍ବାଇ: ଆଗକୁ ଆସୁଛି ଖ୍ରୀଷ୍ଟମାସ। ସେଥିପାଇଁ ଏବେଠୁ ସଜବାଜ ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ଖ୍ରୀଷ୍ଟମାସକୁ ନେଇ ଅଭିନେତ୍ରୀ ସୋହା ଅଲି ଖାନ ଏକ ସୁନ୍ଦର ଫଟୋ ସେୟାର୍‌ କରିଛନ୍ତି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି ଏବଂ ଏହାର ଶ୍ରେୟ ସେ ତାଙ୍କ ସ୍ୱାମୀ କୁନାଲ ଖେମୁ ଏବଂ ତାଙ୍କ ଝିଅ ଇନାୟାଙ୍କୁ ଦେଇଛନ୍ତି। ଘରେ ଖ୍ରୀଷ୍ଟମାସ ଗଛକୁ ସଜାଇବା ପାଇଁ କୁନାଲ ଏବଂ ଇନାୟା କିପରି ଏକାଠି କାମ କରିଥିଲେ ତାହାର ଏକ ଲୁକ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି ସୋହା।

ସୋହା ତାଙ୍କ ଇନଷ୍ଟାଗ୍ରାମରେ କୁନାଲ ଏବଂ ଇନାୟାଙ୍କର ଏକତ୍ର ଭାବେ ଏକ ଖ୍ରୀଷ୍ଟମାସ ଟ୍ରିରେ ଛୋଟ ଛୋଟ ସାଜସଜ୍ଜା ସାମଗ୍ରୀ ରଖିଥିବାର ଏକ ଫଟୋ ସେୟାର କରିଥିଲେ। ଏପରିକି ସେମାନେ ତଳେ କିଛି ଉପହାର ବାକ୍ସ ରଖି ସେଥିରେ ଲାଇଟ୍ ଯୋଡିଥିଲେ। ସୋହା ଫରାସୀ ଭାଷାରେ କ୍ୟାପସନ୍ ଦେଇଛନ୍ତି, “ଏଟ୍ ଭୋଇଲା (ଆମେ ସେଠାରେ)।” ସେ ଆଉ ଏକ ଖ୍ରୀଷ୍ଟମାସ ଗଛର ଫଟୋ ପୋଷ୍ଟ କରି ଏହାର କ୍ୟାପସନ୍ ଲେଖିଛନ୍ତି, “ଖ୍ରୀଷ୍ଟମାସ ଭାଇବ୍”। ସେ ଇନାୟାଙ୍କର ଏକ ଏଲଫ୍ ପୋଟ୍ରେଟ୍ ତିଆରି କରିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯାହାକୁ ପ୍ରଶଂସକ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି।

Comments are closed.