ନୂଆଦିଲ୍ଲୀ:୨୪ବର୍ଷୀୟ ଭାରତୀୟ ରେସର କୁଶ ମୈନି ଇତିହାସ ରଚିଛନ୍ତି। ସେ ୨୪ ମେରେ ସାନଦାର ପ୍ରଦର୍ଶନ କରି ମୋନାକୋ ଗ୍ରାଁ ପ୍ରିରେ F2 ସ୍ପ୍ରିଣ୍ଟ ରେସ ଜିତିଛନ୍ତି। ଏହି ରେସ୍ ରେ ଜିତିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି କୁଶ। ବିଶ୍ୱର ସବୁଠାରୁ ଚ୍ୟାଲେଞ୍ଜିଂ ଏବଂ ପ୍ରତିଷ୍ଠିତ ରେସରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ଭାବେ ମୋନାକୋ ଗ୍ରାଁ ପ୍ରି ଜିତିଛନ୍ତି କୁଶ ମୈନି ।
କୁଶଙ୍କ ଏହି ବିଜୟ ପ୍ରମାଣିତ କରୁଛି ଯେ ଏବେ ଭାରତୀୟ ରେସର୍ସମାନେ ମଧ୍ୟ ଅନ୍ତର୍ଜାତୀୟ ମୋଟରସ୍ପୋର୍ଟସରେ ନିଜର ଛାପ ଛାଡ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଶ୍ୱ ମୋଟରସ୍ପୋର୍ଟ୍ସ ସ୍ତରରେ ଭାରତୀୟ ରେସରମାନେ ଏତେ ବଡ଼ ସଫଳତା ପାଇବା ବହୁତ କମ୍ ପାଇଥାନ୍ତି ।
INDIAN NATIONAL ANTHEM IN MONACO 🫡#KushMaini has made history – becoming the first Indian to win an F2 race at Monte Carlo 🇮🇳
With a flawless lights-to-flag drive, he clinched victory in the F2 Sprint for DAMS Lucas Oil on the iconic streets of Monaco. 👑
#MonacoGP #F2 pic.twitter.com/nyFUM9FYuV
— FanCode (@FanCode) May 24, 2025
DAMS ଲୁକାସ ଅଏଲ୍ ଦଳ ପାଇଁ ରେସ୍ କରି, ସେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଗ୍ରଣୀ ବଜାୟ ରଖିଲେ ଏବଂ ଚମତ୍କାର ଢଙ୍ଗରେ ରେସ୍ ଜିତିଛନ୍ତି। କୁଶଙ୍କ ପାଇଁ ଏହି ବିଜୟ କେବଳ ତାଙ୍କ କ୍ୟାରିୟରର ପ୍ରଥମ F2 ବିଜୟ ନୁହେଁ, ଏହା ତାଙ୍କର ପ୍ରଥମ ପୋଡିୟମ ଫିନିଶ ମଧ୍ୟ। ସ୍ପ୍ରିଣ୍ଟ ଇଭେଣ୍ଟର ୩୦ ଲ୍ୟାପ୍ କୁ ମାତ୍ର ୪୪:୫୭.୬୩୯ ସମୟରେ ସମାପ୍ତ କରିଛନ୍ତି।
କୁଶ ମୈନିଙ୍କ ରେସିଂ କ୍ୟାରିଅର ୨୦୧୬ ମସିହାରେ ଇଟାଲୀୟନ F4ରେ ଆରମ୍ଭ ହୋଇଥିଲା। ସେ ବ୍ରିଟିଶ F3, F3 ଏସିଆ ଏବଂ FIA F3 ଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ୨୦୨୨
ମସିହାରେ ସେ FIA F3 ରେ ୧୩ତମ ସ୍ଥାନ ହାସଲ କରିଥିଲେ ଏବଂ ଏବେ F2 ରେ ତାଙ୍କର ତୃତୀୟ ସିଜନ।
Comments are closed.