Latest Odisha News

BREAKING NEWS

କୁଏତରେ ଭୟଙ୍କର ଅଗ୍ନିକାଣ୍ଡ, ୪୦ ଭାରତୀୟ ଶ୍ରମିକ ମୃତ

ନୂଆଦିଲ୍ଲୀ: କୁଏତ ଦକ୍ଷୀଣ ମଂଗାଫର ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪୦ ଜଣ ଭାରତୀୟ ପ୍ରାଣ ହରାଇଥିବା ବେଳେ ୩୦ ଜଣ ଭାରତୀୟ ଆହତ ହୋଇଥିବା ସୂଚନା ମିଳିଛି । କୁଏତର ଏହି କୋଠାରେ ଭାରତୀୟ କର୍ମଚାରୀଙ୍କ ସହ ବିଭିନ୍ନ ଦେଶର କର୍ମଚାରୀ ମାନେ ମଧ୍ୟ କାମ କରୁଥିଲେ ।

ସୂଚନା ଅନୁସାରେ, ସକାଳ ୪.୩୦ ମିନିଟରେ ଶ୍ରମିକ ରହୁଥିବା କ୍ୟାମ୍ପରେ ଅଗ୍ନିକାଣ୍ଡ ହୋଇଥିଲା ।ରୋଷେଇ ଘରେ ପ୍ରଥମେ ନିଆଁ ଲାଗିଥିଲା । ନିଆଁରୁ ରକ୍ଷା ପାଇବା ପାଇଁ ଅନେକ ଶ୍ରମିକ ଆପାର୍ଟମେଣ୍ଟରୁ ଲମ୍ଫ ମାରିଥିଲେ । ଲମ୍ଫ ମାରିଥିବା କିଛି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ । ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ କୁଏତ ସରକାର ରିଅଲ ଇଷ୍ଟେଟ ମାଲିକଙ୍କୁ ଦାୟୀ କରିଛନ୍ତି । ପ୍ରଧାନମନ୍ତ୍ରୀ ମେଜର ଜେନେରାଲ ଇଦ୍ ରସିଦ ହମାଦ କହିଛନ୍ତି ଯେ ସ୍ଥାନୀୟ ସମୟ (୦୩୦୦ ଜିଏମଟି) ରାତି ୬ ଟା ସମୟରେ କର୍ତ୍ତୃପକ୍ଷଙ୍କୁ ଏହି ଘଟଣା ବିଷୟରେ ଜାଣିଥିଲେ ।

ଅନ୍ୟ ଜଣେ ବରିଷ୍ଠ ପୋଲିସ କମାଣ୍ଡର କହିଛନ୍ତି ଯେ, ଯେଉଁ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା ସେଠାରେ ଆପାର୍ଟମେଣ୍ଟକୁ ତିଆରି କରୁଥିବା କର୍ମଚାରୀମାନେ ବ୍ୟବହାର କରୁଥିଲେ ଏବଂ ସେଠାରେ ବହୁ ସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିଲେ । ତେବେ ଉକ୍ତ ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ୍ସ’ରେ ପୋଷ୍ଟ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି ଯେ, ଦୁର୍ଘଟଣା ଖବର ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି ।ଦୁର୍ଘଟଣାରେ ୪୦ ଜଣଙ୍କ ମୃତ୍ୟୁ ଓ ୫୦ ଜଣ ଆହତ ହୋଇଥିବା ସେ ଲେଖିଛନ୍ତି ।

Comments are closed.