କୁଏଟ ସିଟି: ବିଶ୍ୱରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର ପ୍ରଭାବ ଧିରେ ଧିରେ ମଣିଷ ଏବଂ ଅନ୍ୟ ଜୀବଜନ୍ତୁଙ୍କ ଉପରେ ପଡିବା ଆରମ୍ଭ ହେଲାଣି । ୨୦୧୬ରେ ତେଲର ସହର କୁଏଟର ତାପମାତ୍ରା ୫୪ ଡିଗ୍ରୀରେ ପଂହଚି ଯାଇଥିଲା । ଯାହା କି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ପର୍ଯ୍ୟାବରଣ ପବ୍ଲିକ ପ୍ରାଧିକରଣ ଅନୁସାରେ ଯଦି ଏ ଭଳି ଧାରା ଲାଗି ରହେ ତାହାହେଲେ ୨୦୭୧ ପରେ ଏଠାରେ ଜୀବନଧାରଣ ସମ୍ଭବପର ହେବ ନାହିଁ ।
ମଣିଷ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗୁ କିଛି ଦିନ ତିଷ୍ଠିଯିବ ମାତ୍ର ପଶୁ ପକ୍ଷୀ ଏଠାରେ ବଂଚିପାରିବେ ନାହିଁ । ଏବେ ବି କୁଏଟରେ ଖରାଦିନ ଜୀବ ଜନ୍ତୁ ମରି ପଡୁଥିବା ଦେଖିବାକୁ ମିଳୁଛି । ୪୫ ଲକ୍ଷ ରହୁଥିବା ଏହି ଦେଶରେ ଏ ନେଇ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଯାହାକୁ ନେଇ ପରିବେଶବିତ ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।
Comments are closed.