Latest Odisha News

BREAKING NEWS

[ଭିଡିଓ] ଟିଭି ଡିବେଟ୍‌ରେ କହିବାକୁ ମିଳିଲାନି ସୁଯୋଗ, ନାଚିଉଠିଲେ ପ୍ୟାନେଲିଷ୍ଟ

ଭୁବନେଶ୍ୱର: ନିଜ ମତ୍ତ ରଖିବା ପାଇଁ ବେଳବେଳେ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିବାକୁ ପଡିଥାଏ । ଏହି ଧାରାରେ କେହିକେହି କିଛି ଅଜବଗଜବ କରିବାକୁ ପଛାଇନଥାନ୍ତି । ଠିକ୍ ଏହିପରି କିଛି ଘଟଣା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଅଜଣା ମହିଳା ।

ସୋସିଆଲ୍ ମିଡିଆରେ ଗୋଟିଏ ଲାଇଭ ଟିଭି ଡିବେଟ୍ ସମୟର ଭିଡିଓ ଖୁବ ଭାଇରାଲ୍ ହୋଇଛି । ସୋସିଆଲ ମିଡିଆକୁ ନେଇ ଏକ ଟିଭି ଡିବେଟ୍ ଚାଲିଥିବାବେଳେ ପ୍ୟାନେଲିଷ୍ଟମାନେ ନିଜ ମତ୍ତ ରଖିବାକୁ ଚେଷ୍ଟା କରିଥିଲେ । ଏହି ଚେଷ୍ଟା ଗଣ୍ଡଗୋଳ ସଦୃଶ ମନେ ହେଉଥିଲା । ତେବେ ଏକାଧିକ ପ୍ୟାନେଲିଷ୍ଟଙ୍କ ମଧ୍ୟରୁ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିଥିବା ଜଣେ ମହିଳା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ କିଛି ଉଟ୍‌ପଟାଙ୍ଗ୍ ଆଚରଣ ଦେଖାଇଥିଲେ ।

ନ୍ୟୁଜ୍ ଆଙ୍କର ତଥା ଅନ୍ୟ ଅତିଥିଙ୍କ ଉଦ୍ଦେଶ୍ୟରେ ମହିଳା ଜଣକ ନାଚିବାରେ ଲାଗିଥିଲେ । ଏହି ଘଟଣାଟି କେବେ ଓ କେଉଁ ଚ୍ୟାନେଲରେ ସାମ୍ନାକୁ ଆସିଥିଲା, ତାହା ସ୍ପଷ୍ଟ ହୋଇପାରିନି । ତେବେ ପାରିପାଶ୍ୱର୍ିକ ସ୍ଥିତି ଦେଖି ଅନେକ ଲୋକ ଏହି ଘଟଣା ସହ ରିପବ୍ଲିକ୍ ବାଙ୍ଗଲା ଟିଭି ଚ୍ୟାନେଲ ସହ ଯୋଡିଛନ୍ତି ।

Comments are closed, but trackbacks and pingbacks are open.