Latest Odisha News

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ବନ୍ଧାହେଲେ ରସିକିଆ ଇଂରାଜୀ ଶିକ୍ଷକ

ସମ୍ବଲପୁର : ଥମୁନି ଲଜ୍ଜା  । ପୁଣି ସମ୍ବଲପୁରରୁ ଆସିଛି ଲଜ୍ଜାଜନକ ଘଟଣା  । ବରେଇପାଲି ଥାନା ଅନ୍ତର୍ଗତ ପାଞ୍ଚଗଛିଆ ଠାରେ ଥିବା ଏକ ଇଂଲିଶ ମିଡିୟମ୍ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିବାର ଅଭିଯୋଗ ହୋଇଛି । ଏନେଇ ବରେଇପାଲି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ପରେ ଘଟଣାରେ ସମ୍ପୃକ୍ତ ଥିବା  ଇଂରାଜୀ ଶିକ୍ଷକ ଅରୁଣ ଯୋଶୀଙ୍କୁ ପୋଲିସ ଗିରଫ କରିଛି । ପୀଡିତା ଛାତ୍ରୀଙ୍କ ଅଭିଯୋଗ ମୂତାବକ ଗତ ଦୁଇ ଦିନ ତଳେ ଛାତ୍ରୀ ଜଣଙ୍କ ତାଙ୍କର କିଛି ସାଙ୍ଗ ମାନଙ୍କ ସହ କ୍ଲାସ ରୁମ ଭିତରେ ଥିଲେ  ।

ସେହି ସମୟରେ ଇଂରାଜୀ ଶିକ୍ଷକ ଜଣଙ୍କ ଆସି ପୀଡିତା ଛାତ୍ରୀଙ୍କ ସାଙ୍ଗମାନଙ୍କୁ ବାହାରକୁ ଯିବା ପାଇଁ କହିଥିଲେ। ଏବଂ ପରେ ଛାତ୍ରୀଙ୍କୁ ରୁମ ଭିତରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।  ଆଜି ଅଭିଭାବକ ସଂଘ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ପରେ ଉପଜିଲ୍ଲାପାଳ, ତହସିଲଦାର ଏବଂ ଥାନାଅଧିକାରୀ ପ୍ରମୂଖ ସ୍କୁଲରେ ପହଞ୍ଚିଛନ୍ତି ।  ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.