Latest Odisha News

ରାସ୍ତା କଡରେ ବିକ୍ରି କରୁଥିଲେ ବ୍ୟୁଟି ପ୍ରଡକ୍ଟସ୍, ମାସକୁ ୨୦୦ ଟଙ୍କା ଦରମା, ଜାଣନ୍ତୁ ଏହି ମହିଳାଙ୍କ ସଂଘର୍ଷମୟ ଅତୀତ

ନୂଆଦିଲ୍ଲୀ: ପ୍ରଥମେ ଅଭିନେତ୍ରୀ ଆଉ ଏବେ ନେତ୍ରୀ । ଛୋଟବେଳୁ ଅନେକ ଏକ ସଂଘର୍ଷମୟ ଜୀବନ ଅତିବାହିତ କରିଥିବା ସ୍ମୃତି ଇରାନୀ ସୋସିଆଲ ମିଡିଆରେ ଅଧିକାଂଶ ସମୟ ସକ୍ରିୟ ଥାଆନ୍ତି । ନିକଟରେ ସ୍ମୃତି ଇରାନୀ ତାଙ୍କ ପ୍ରାରମ୍ଭିକ କ୍ୟାରିୟର ବିଷୟରେ କିଛି କଥା କହିଥିଲେ । ଟିଭି ସିରିୟେଲ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସ୍ମୃତି ତାଙ୍କ ଜୀବନ ସହ ଜଡିତ ଏପରି କିଛି କାହାଣୀ କହିଥିଲେ ଯାହା ଶୁଣି ଲୋକଙ୍କ ଆଖିରେ ଲୁହ ଆସିଯାଇଥିଲା ।

ଅଭିନେତ୍ରୀ ହେବା ପୁର୍ବରୁ ସ୍ମୃତିଙ୍କ ଜୀବନ ଥିଲା ଅନେକ ସଂଘର୍ଷମୟ । ରାସ୍ତାକଡରେ ବ୍ୟୁଟି ପ୍ରଡକ୍ଟସ ବିକ୍ରିକରି ସ୍ମୃତି ଚଳୁଥିଲେ । ସେତେବେଳେ ତାଙ୍କୁ ମାସକୁ ୨୦୦ଟଙ୍କା ଦରମା ମିଳୁଥିଲା । ତା’ପରେ ସେ ପାଦ ରଖିଥିଲେ ତେଲିଭିଜନ ଜଗତରେ । ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ ‘ଟିଭି ସିରୟେଲ ଥିଲା ତାଙ୍କର ପ୍ରଥମ ଅଭିନୀତ ଟିଭି ସୋ । ଏହାପରଠୁ ସେ କେବେ ହେଲେ ପଛକୁ ଚାହିଁନାହାନ୍ତି । ନିଜ ଜୀବନକୁ ନୂତନ ଶୈଳୀରେ ଆରମ୍ଭ କରିଥିଲେ ସ୍ମୃତି ।

ସ୍ମୃତି ଯେ କେବଳ ଜଣେ ଅଭିନେତ୍ରୀ ଥିଲେ ତାହା ନୁହେଁ, ସେ ବହୁତ ସୁନ୍ଦର କବିତା ମଧ୍ୟ ଲେଖୁଥିଲେ । ତାଙ୍କର ସେହି ସୁନ୍ଦର କବିତା ପାଇଁ ତାଙ୍କୁ ଅନେକ ସମ୍ମାନ ମଧ୍ୟ ମିଳିଛି । ପୂର୍ବରୁ ସ୍ମୃତି କେବଳ ଘରେ ଘରେ ଏକ ଅଭିନେତ୍ରୀ ଭାବରେ ଜଣାଶୁଣା ଥିଲେ । କିନ୍ତୁ ବର୍ତ୍ତମାନ ସେ ପ୍ରତ୍ୟେକଙ୍କ ହୃଦୟରେ ଅଛନ୍ତି । ୨୦୦୦ ମସିହାର ସବୁଠାରୁ ଲୋକପ୍ରିୟ ଟିଭି ସୋ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ସ୍ମୃତି । ସେ ଏହି ସୋ ମାଧ୍ୟମରେ ବେଶ୍ ପ୍ରସିଦ୍ଧ ହୋଇଥିଲେ |

ଏହାପରେ ଜଣେ ଅଭିନେତ୍ରୀରୁ ନେତ୍ରୀ ହୋଇଥିଲେ ସ୍ମୃତି । ୨୦୦୩ ମସିହାରେ ରାଜନୀତିରେ ପାଦ ରଖିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ ଜଣଙ୍କ । ଧିରେ ଧିରେ ରାଜନୀତି ଜଗତର ସଫଳତାର ପାହାଚ ଚଢିବାକୁ ଲାଗିଲେ । ବିଜେପିରେ ଯୋଗ ଦେଇଥିଲେ ସ୍ମୃତି । ବର୍ତ୍ତମାନ ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଅଛନ୍ତି ସ୍ମୃତି ।

Leave A Reply

Your email address will not be published.