Latest Odisha News

BREAKING NEWS

ଆଇଏନ୍‌ଏସ୍‌ର ନୂଆ ସଭାପତି ଏଲ୍‌.ଆଦିମୁଲମ, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ସମାହିତ ବଳ

ଭୁବନେଶ୍ୱର: ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟିର ନୂଆ ସଭାପତି ଭାବେ ହେଲ୍‌ଥ ଆଣ୍ଡ ଆଂଟିସେପ୍ଟିକର ଏଲ୍‌.ଆଦିମୁଲମ ନିର୍ବାଚିତ ହୋଇଛନ୍ତି । ସେହିପରି ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମାହିତ ବଳ ଆଇଏନ୍‌ଏସ୍‌ର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି ।

ଏଥିସହ ଆନନ୍ଦବଜାର ପତ୍ରିକାର ଡିଜି ପୁରକାୟସ୍ଥ ଡେପୁଟି ପ୍ରେସିଡେଂଟ, ଇକୋନୋମିକ୍ସ ଟାଇମ୍ସର ମୋହିତ ଜୈନ୍ ଭାଇସ୍ ପ୍ରେସିଡେଂଟ, ଆଜ ସମାଜର ରାକେଶ ଶର୍ମା ଅବୈତନିକ କୋଷାଧ୍ୟକ୍ଷ, ମହାସଚିବ ଭାବେ ମିସ୍ ମେରୀ ପଲ୍ ନିର୍ବାଚିତ ହୋଇଛନ୍ତି । ଏଥିସହ କାର୍ଯ୍ୟନିର୍ବାହୀ କମିଟିକୁ ମୋଟ ୪୧ ଜଣ ନିର୍ବାଚିତ ହୋଇଥିବା ଜଣାପଡିଛି ।

ଶୁକ୍ରବାର ବେଙ୍ଗାଳୁରୁ ଠାରେ ଆଇଏନ୍‌ଏସ୍‌ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ଖବରକାଗଜ, ମାଗାଜିନ୍ ଏବଂ ପାକ୍ଷିକ ସମ୍ବାଦପତ୍ରର ପ୍ରକାଶକ ଯୋଗ ଦେଇଥିଲେ । ବୈଠକରେ ୨୦୨୦-୨୧ ବର୍ଷ ପାଇଁ ଆନ୍‌ଏନ୍‌ଏସ୍‌ର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା।

Leave A Reply

Your email address will not be published.