Latest Odisha News

ଭାଉଜ ଓ ଝିଆରୀକୁ ହାଣିଲା ଦିଅର

ଆଠଗଡ: ବାଇକରେ ନେବା ବେଳେ ଆକ୍ରମଣ । ଭାଉଜ ଓ ଝିଆରୀକୁ ହାଣିଲା ସମ୍ପର୍କିୟ ଦିଅର । ଶାଶୁ ଘରେ ଛାଡି ଦେବାକୁ କହି ମା’-ଝିଅକୁ ବାଇକ୍‌ରେ ନେଉଥିବା ସମ୍ପର୍କିୟ ଦିଅର ଅଧବାଟରେ ତାଙ୍କ ଉପରେ ଆକ୍ରମଣ କରିଛି । ଏପରି ଘଟଣା ଘଟିଛି ଆଠଗଡ ଘଂଟିଖାଲ ଦ୍ୱାରାବତୀପୁର ନିକଟରେ । ଗୁରୁତର ଅବସ୍ଥାରେ ମା’-ଝିଅଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି ।

ସୂଚନା ଯୋଗ୍ୟ ଯେ, ଢ଼େଙ୍କାନାଳ ଥାନା ରାସୋଳ ଥାନା କାଦୁଅପଡା ଗାଁର କଳ୍ପନା ଗୋଛାୟତ ନାମକ ଜଣେ ମହିଳା ଢ଼େଙ୍କାନାଳ ସହର ନିକଟ ଏକ କଲେଜରେ ସୁଇପର ଭାବେ କାମ କରନ୍ତି । ଗତକାଲି ସେ ନିଜ ୬ ବର୍ଷର ଝିଅ ସହ ଶାଶୁଘରକୁ ଯିବା ପାଇଁ ବାହାରିଥିଲେ । ଏହି ସମୟରେ ତାଙ୍କର ଜଣେ ସମ୍ପର୍କିୟ ଦିଅର ବାଇକ୍ ନେଇ ପହଂଚି ଛାଡି ଦେବି ବୋଲି କହିଥିଲା ।

ହେଲେ ଢ଼େଙ୍କାନାଳ ବଦଳରେ ସେ ମା’ ଝିଅଙ୍କୁ କଟକ ଅଭିମୁଖେ ଆଣିଥିଲା । ଏହାପରେ ଆଠଗଡ ଘଂଟିଆଳ ନିକଟରେ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ମା’-ଝିଅଙ୍କ ଚିତ୍କାର ଶୁଣି ଘଟଣାସ୍ଥଳେ ସ୍ଥାନୀୟ ଲୋକେ ପହଂଚିବାରୁ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏହି ମାମଲାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.