Latest Odisha News

BREAKING NEWS

୨୦୨୮ ଅଲିମ୍ପିକ୍ସ: କ୍ରିକେଟ ପାଇଁ ଠିକ କରାଗଲା ଭେନ୍ୟୁ

ନୂଆଦିଲ୍ଲୀ: ଲସ ଆଞ୍ଜେଲ୍ସରେ ଖେଳାଯିବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଟି୨୦ ଫର୍ମାଟରେ ମ୍ୟାଚଗୁଡିକ ଖେଳାଯିବ । ବୁଧବାର ଆୟୋଜକ କମିଟି ଦକ୍ଷିଣ କାଲିଫୋର୍ଣ୍ଣିଆର ପୋମୋନା ଗ୍ରାଉଣ୍ଡରେ କ୍ରିକେଟ ମ୍ୟାଚଗୁଡିକ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଛି । ପୁରୁଷ ଏବଂ ମହିଳା ବିଭାଗରେ ୬ଟି ଲେଖାଏଁ ଟିମ ଏଥିରେ ଅଂଶଗ୍ରହଣ କରିବେ । ଗୋଟିଏ ଟିମ ୧୫ଜଣ ଖେଳାଳି ରହିବେ । ତେବେ ଏଥିପାଇଁ କ୍ୱାଲିଫିକେଶନ ପ୍ରକ୍ରିୟା କଣ ରହିଛି ତାହା ସ୍ଥିର ହୋଇପାରିନି ।

୧୯୦୦ରେ ଶେଷ ଥର ପାଇଁ ଅଲିମ୍ପିକ୍ସରେ କ୍ରିକେଟ ଖେଳା ଯାଇଥିଲା । ଗ୍ରେଟ ବ୍ରିଟେନ ଏବଂ ଫ୍ରାନ୍ସ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ । କେବଳ ଗୋଟିଏ ମ୍ୟାଚ ଖେଳାଯାଇ ବିଜେତା ଘୋଷିତ କରାଯାଇଥିଲା । ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୯୯୮ ଓ ୨୦୨୨ରେ କ୍ରିକେଟକୁ ସାମିଲ କରାଯାଇଛି । ସେହିପରି ୨୦୧୦, ୨୦୧୪ ଓ ୨୦୨୩ ଏସିଆନ ଗେମ୍ସରେ ମଧ୍ୟ କ୍ରିକେଟ ସାମିଲ ହୋଇଥିଲା । ୨୦୨୮ ଅଲିମ୍ପିକ୍ସରେ ଓଭରାଲ ୩୫୧ ପଦକ ପାଇଁ ମୁକାବିଲା ହେବ । ସେହିପରି ୧୦,୫୦୦ ଆଥଲେଟ କ୍ରୀଡାର ଏହି ମହାକୁମ୍ଭରେ ଅଂଶଗ୍ରହଣ କରିବେ । ଏଥିରେ ୫୩୩୩ ମହିଳା ଓ ୫୧୬୭ ପୁରୁଷ ଆଥଲେଟ ରହିବେ ।

Comments are closed.