Latest Odisha News

BREAKING NEWS

୧୪ ବର୍ଷ ପରେ ବଦଳିଲା କ୍ଷମତା, ଏବେଠୁ ଷ୍ଟାର୍ମର ଶାସନ

ଲଣ୍ଡନ: ବ୍ରିଟେନ୍ ସାଧାରଣ ନିର୍ବାଚନରେ ଡିଫିଟ୍ ହେଲେ ସୁନକ । । ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ହାତରୁ ଚାଲିଯାଇଛି କ୍ଷମତା । ସେପଟେ ୧୪ ବର୍ଷ ପରେ ବ୍ରିଟେନ୍ ରାଜନୀତି ପଟ ବଦାଳାଇଛି । ସାଧାରଣ ନିର୍ବାଚନରେ ବାଜି ମାରି ପୁଣି କ୍ଷମତାକୁ ଫେରିବାକୁ ଯାଉଛି ଲେବର ପାର୍ଟି । ଲେବର ପାର୍ଟି ନେତା କିର୍‌ ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।

ବ୍ରିଟେନ୍ ସାଧାରଣ ନିର୍ବାଚନରେ ମୋଟ ୬୫୦ ସିଟରୁ ୫୯୨ ସିଟର ରେଜଲ୍ଟ ଆସିସାରିଛି । ଯେଉଁଥିରୁ ମୋଟ୍ ୩୯୨ ସିଟ୍ ସିଟ୍ ଲେବର ପାର୍ଟି ହାତେଇସାରିଲାଣି । ଆଉ ସରକାର ଗଢିବା ପାଇଁ ଏଠି ଦରକାର ୩୨୬ ଟି ଆସନ । ଯାହା ବ୍ରିଟେନ କ୍ଷମତା ପରିବର୍ତ୍ତନର ଆହ୍ବାନ ଦେଇସାରିଲାଣି  । ଅନ୍ୟ ପକ୍ଷରେ ରଷି ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟି ଏବେ ପର୍ଯ୍ୟନ୍ତ ମାତ୍ର ୯୨ ସିଟ୍ ହାସଲ କରିଛି । ଯାହା ବିଗତ ୨ ଦଶନ୍ଧି ମଧ୍ୟରେ ଶୋଚନୀୟ ପରାଜୟ ହାସଲ କରିପାରନ୍ତି ସୁନକଙ୍କ ଦଳ ।

ତେବେ ଲେବର ପାର୍ଟିର ନେତା ସାର୍ କିର୍ ଷ୍ଟାର୍ମର ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହା ଅବସରରେ ଷ୍ଟାର୍ମରଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ସୁନକ । ସେପଟେ ଫଳାଫଳ ସାମ୍ନାକୁ ଆସିବା ପରେ ଋଷି ସୁନକ ନିଜ କଞ୍ଜରଭେଟିଭ୍‌ ପାର୍ଟିକୁ ପରାଜୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।

କଞ୍ଜରଭେଟିବ ପାର୍ଟିର ପରାଜୟ ପାଇଁ ନିଜକୁ ଦାୟୀ କରି ସୁନକ କହିଛନ୍ତି, ‘ବ୍ରିଟିଶ ଲୋକମାନେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କଞ୍ଜରଭେଟିବ ପାର୍ଟିର ପ୍ରାର୍ଥୀଙ୍କ ନିରନ୍ତର ଉଦ୍ୟମ, ଉତ୍ସର୍ଗୀକୃତ ସେବା ସତ୍ତ୍ୱେ ବି ଆମ ଦଳ ହାରିଗଲା, ଏଥିପାଇଁ ମୁଁ ଖୁବ୍ ଦୁଃଖିତ’ ବୋଲି କହିଛନ୍ତି ସୁନକ ।

ସୂଚନାଯୋଗ୍ୟ, ବ୍ରିଟେନ୍‌ର ଶାସକ କଞ୍ଜରଭେଟିଭ୍‌ ପାର୍ଟିରେ ଅନ୍ତଃ-କଳହ ଯୋଗୁଁ ଦେଶ ଗତ ୮ ବର୍ଷରେ ୫ଟି ପ୍ରଧାନମନ୍ତ୍ରୀ ଦେଖିଛି । ୨୦୨୨ ଅକ୍ଟୋବରରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ଏଥିସହ ଦେଶର ୨୧୦ ବର୍ଷ ଇତିହାସରେ ସର୍ବକନିଷ୍ଠ ଏବଂ ପ୍ରଥମ ଅଣଶ୍ୱେତାଙ୍ଗ ପ୍ରଧାନମନ୍ତ୍ରୀ ରୂପେ ସେ ୧୦ ଡାଉନିଂ ଷ୍ଟ୍ରିଟ୍‌କୁ ପ୍ରବେଶ କରିଥିଲେ। କିନ୍ତୁ ପ୍ରାୟ ୨ ମାସ ତଳେ ସୁନକ୍‌ଙ୍କ କ୍ୟାବିନେଟ୍‌ରୁ ଜଣେ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବା ପରେ ସେ ପାର୍ଲାମେଣ୍ଟକୁ ଭଙ୍ଗକରି ଆଗୁଆ ସାଧାରଣ ନିର୍ବାଚନ ପାଇଁ ଘୋଷଣା କରିଥିଲେ। ଆଉ ସାଧାରଣ ନିର୍ବାଚନରେ ପରାଜୟ ବରଣ କରିଛନ୍ତି ସୁନକ ।

Leave A Reply

Your email address will not be published.