Latest Odisha News

BREAKING NEWS

୧୦ ମାସର ବକେୟା ଦରମା ଦାବିରେ ବାଲେଶ୍ଵର ଆଲୱେଜ୍ ଖଣି ସମ୍ମୁଖରେ ଶତାଧିକ ଶ୍ରମିକ ଓ କର୍ମଚାରୀଙ୍କ ଧାରଣା

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ ପୁଣି ଦେଖାଦେଇଛି ଶ୍ରମିକ ଅଶାନ୍ତି। ଜୀବନ ଜୀବିକା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଶ୍ରମିକ ଓ କର୍ମଚାରୀ। ୧୦ ମାସର ବକେୟା ଦରମା ଓ ଯଥାଶୀଘ୍ର ଖଣି କାର୍ଯ୍ୟକ୍ଷମ କରିବା ଦାବିରେ ବାଲେଶ୍ଵର ଆଲୱେଜ୍ ଖଣି ସମ୍ମୁଖରେ ଶତାଧିକ ଶ୍ରମିକ ଓ କର୍ମଚାରୀ ଧାରଣାରେ ବସିଛନ୍ତି।

ତେବେ ସୂଚନା ମୁତାବକ ଦୀର୍ଘ ୧୦ ମାସ ହେବ ଖଣି କର୍ତ୍ତୃପକ୍ଷ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଦରମା ପ୍ରଦାନ କରିନାହାଁନ୍ତି। ଏଥିସହିତ କୌଣସି କାରଣରୁ ଦୀର୍ଘ ଦିନ ହେବ ଖଣି ଉତ୍ତୋଳନ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି। ଫଳରେ ଏଠାରେ କାର୍ଯ୍ୟ କରୁଥିବା ୯ ଶହରୁ ଅଧିକ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ଜୀବିକା ହରାଇଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି। ପୂର୍ବରୁ ଏନେଇ ଜିଲ୍ଲା ପ୍ରଶାସନ ଓ ଖଣି କର୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନାହିଁ। ଫଳରେ ବାଧ୍ୟହୋଇ ଶ୍ରମିକ ଓ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଅବିଳମ୍ବେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବା ବୋଲି ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.