Latest Odisha News

ନୀଳଗିରିରେ ଭାଲୁ ଆତଙ୍କ; ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

ନୀଳଗିରି: ନୀଳଗିରି ବନ ବିଭାଗ ଅଧିନ ପୋଡ଼ାଶୂଳ ଗ୍ରାମରେ ଭାଲୁ ଆତଙ୍କ।ଗାଁ ଭିତରକୁ ପଶିଛି ଭାଲୁ। ଭାଲୁ ଆକ୍ରମଣ ଭୟରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଆତଙ୍କ।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଥିବା ନୀଳଗିରି ପାହାଡ ଓ ଜଙ୍ଗଲରୁ ଏହି ଭାଲୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା କୁହାଯାଉଛି। ନିକଟସ୍ଥ ଜଙ୍ଗଲରୁ ଭାଲୁ ମାନେ ଖାଦ୍ୟ ପାଇଁ ଆସି ଭୋର ପୂର୍ବରୁ ପୁଣି ପାହାଡ଼ ଓ ଜଙ୍ଗଲକୁ ଫେରି ଯାଇଥାଆନ୍ତି। ମାତ୍ର ଏହି ଭାଲୁ ଟି କୌଣସି କାରଣରୁ ଜଙ୍ଗଲକୁ ନଯାଇ ପରି ଦିନ ବେଳା ବୁଦା ମୂଳରେ ଲୁଚି ରହୁଛି।

ନୀଳଗିରି ରେଞ୍ଜର ମନ୍ବର ଖାଁ ଭାଲୁଟିର ଗତିବିଧି ଉପରେ କର୍ମଚାରୀ ମାନେ ନଜର ରଖିଥିବା ସୂଚନା ଦେଇଛନ୍ତି। ଲୋକମାନଙ୍କୁ ଭୟ ନକରି ଘରେ ରହିବାକୁ ରେଞ୍ଜର ପରାମର୍ଶ ଦେଇଥିବା ବେଳେ ଭାଲୁଟି ନିରୋଳା ସମୟରେ ଆପେ ଆପେ ବାହାରି ଜଙ୍ଗଲକୁ ଚାଲିଯିବ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.