Latest Odisha News

BREAKING NEWS

ତୱାଙ୍ଗ ସଂଘର୍ଷକୁ ନେଇ ଚୀନ ରଚିଲା ନୂଆ କାହାଣୀ

ଭୁବନେଶ୍ୱର: ତୱାଙ୍ଗର ତିକ୍ତ ସତ କଣ ? କରୋନା ଭଳି ପୁଣି କାହାଣୀ କହୁଛି ଚୀନ । ବାରମ୍ବାର LAC ଅତିକ୍ରମଣ ପାଇଁ ଉଦ୍ୟମ କରୁଥିବା ଡ୍ରାଗନ ସେନା ଅରୁଣାଚଳ ତୱାଙ୍ଗ ସଂଘର୍ଷକୁ ନେଇ ଅଡ଼ୁଆରେ ପଡ଼ିଛି । ଆମେରିକା ସହ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଏପରିକି ଚୀନର ନିଜ ନାଗରିକ ସେଠାକାର ଦମନକାରୀ ଶାସନକୁ ବିରୋଧ କରୁଛନ୍ତି । କରୋନା ସମୟରେ ଦୁନିଆ ଦେଖିଥିଲା, ଚୀନ ନାଗରିକ ସତ କହିବା କିଭଳି ମୁସ୍କିଲ୍ ହୋଇ ଯାଇଥିଲା ।

ଏପରିକି ଚୀନର ବିବାଦୀୟ ଜିରୋ କୋଭିଡ୍ ନୀତି ବିରୋଧରେ ଉଠୁଥିବା ସ୍ୱରକୁ ଚାପିବାକୁ ବାମପନ୍ଥୀ ସରକାର ଚେଷ୍ଟା କରୁଛି । ଦେଶ ଭିତରେ ଲୋକଙ୍କ ଆକ୍ରୋଶକୁ ଦମନ ପାଇଁ ସଂହାର ଲୀଳା ଚଳାଇ ଥିବା ଚୀନ ଡିସେମ୍ବର ୯ ତାରିଖରେ ହୋଇଥିବା ତୱାଙ୍ଗ ସଂଘର୍ଷକୁ ନେଇ ଲୋକଙ୍କୁ ଭୂତାଇବାକୁ ପ୍ରୟାସ କରୁଛି ।

ତୱାଙ୍ଗ ସଂଘର୍ଷ ପାଇଁ ଡ୍ରାଗନ୍ ସେନା ଭାରତକୁ ଦାୟୀ କରିଛି । ଚୀନ ସେନାର ୱେଷ୍ଟର୍ଣ୍ଣ କମାଣ୍ଡର କହିଛନ୍ତି, ଡ୍ରାଗନ ସେନା ଏଲଏସିରେ ନିଜ କ୍ଷେତ୍ରରେ ପାଟ୍ରୋଲିଂ କରୁଥିଲା । ସେହି ସମୟରେ ଭାରତୀୟ ସେନା ଏଲଏସି ପାର୍ କରି ଚୀନ ସୈନିକଙ୍କୁ ଅଟକାଇ ଥିଲେ । ଯାହାର ଜବାବ ଚୀନ ସେନା ଦେଇଥିବା କହିଛନ୍ତି ୱେଷ୍ଟର୍ଣ୍ଣ କମାଣ୍ଡର କର୍ଣ୍ଣେଲ ଲୋଙ୍ଗ ।

ତୱାଙ୍ଗକୁ ନେଇ ମିଛ କହୁଥିବା ଚୀନ ୨୦୨୦ ଜୁନରେ ହୋଇଥିବା ଗଲୱାନ ହିଂସାକୁ ନେଇ ସେତେବେଳେ ବି ମିଛ କହିଥିଲା । ଗଲୱାନ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ ମୃତାହତ ନେଇ କୌଣସି ତଥ୍ୟ ଦେଇ ନଥିଲା । ପରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା କହିଥିଲା ।

Leave A Reply

Your email address will not be published.