Latest Odisha News

BREAKING NEWS

ଦିଲ୍ଲୀରେ ବିଚ୍ ରାସ୍ତାରେ ନାବାଳିକାଙ୍କୁ ଏସିଡ୍ ମାଡ଼, ଜଣେ ଅଟକ

ଦିଲ୍ଲୀ: ଦିଲ୍ଲୀରେ ଏସିଡ୍ ଆଟାକ୍ । ଦ୍ୱାରକାରେ ଏପରି ଜଘନ୍ୟ କାଣ୍ଡ ସାରା ଦେଶକୁ ପୁଣି ଥରେ ଦୋହଲାଇ ଦେଇଛି । ୧୭ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏସିଡ୍ ମାଡ । ବାଇକରେ ୨ ଜଣ ଯୁବକ ଆସି ନାବାଳିକା ଉପରକୁ ଏସିଡ୍ ଫୋପାଡି ପଳାଇଥିଲେ । ଏସିଡ ଆଖିରେ ପଶିଯିବାରୁ ଛାତ୍ରୀ ଜଣକ ଗୁରୁତର ଅଛନ୍ତି । ତାଙ୍କ ବାପା ଦୁଇ ଜଣଙ୍କୁ ଚିହ୍ନଟ କରିବା ପରେ ଜଣକୁ ପୋଲିସ ଅଟକ ରଖି ଜେରା କରୁଛି ।

ଏହି ଜଘନ୍ୟକାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ଦୁଇ ଜଣ ଝିଅ ରାସ୍ତାକଡରେ ଯାଉଥିଲେ । ଜଣେ ୧୭ ବର୍ଷୀୟ ଓ ଅନ୍ୟ ଜଣେ ୧୩ ବର୍ଷୀୟ । ସାମ୍ନାରୁ ୨ ଜଣ ବାଇକ୍ ରେ ଆସି ତାଙ୍କ ମୁହଁକୁ ଏସିଡ୍ ପକାଇ ପଳାଇବା ପରେ ପୀଡିତା ଜୋରରେ କାନ୍ଦିଥିଲେ । ଜଣେ ତାଙ୍କ ମୁହଁକୁ ପାଣି ଢାଳି ଧୋଇଦେଇଥିଲେ । ତାପରେ ତାଙ୍କୁ ସଫଦରଜଙ୍ଗ ହସପିଟାଲକୁ ନେଇ ଚିକିତ୍ସା କରାଯାଉଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବାବେଳେ ଅନ୍ୟ ଜଣଙ୍କୁ ଖୋଜୁଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଏହି ଘଟଣାକୁ ସାରା ଦେଶରେ କଡ଼ା ନିନ୍ଦା କରାଯାଉଛି ।

Leave A Reply

Your email address will not be published.