Latest Odisha News

BREAKING NEWS

ବଦଳା ଚାଲିଛି ଲକ୍ଷ୍ମୀ ବସ୍ ରଙ୍ଗ, ଲାଗିଛି ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଟ୍ୟାଗ୍

ଢେଙ୍କାନାଳ: ବଦଳିଯାଇଛନ୍ତି ସରକାର । ଏବେ ବଦଳାଚାଲିଛି ପୂର୍ବତନ ସରକାର ଦେଇଆସୁଥିବା ସମସ୍ତ ଯୋଜନାର ରୂପରଙ୍ଗ । ସେଇ ପୁରୁଣା ସେବା ହେଲେ ନୂଆ ଢଙ୍ଗରେ ଜନତାଙ୍କୁ ଭେଟିଦେବେ ନୂଆ ସରକାର । ଏଥିପାଇଁ ବଦଳା ଚାଲିଛି ରଙ୍ଗ । ଯାହା ସବୁଜ ଥିଲା ତାହା ଏବେ ଗେରୁଆ କରାଯାଉଛି ।

ଏମିତି କିଛି ଦୃଶ୍ୟ ରହିଛି ଢେଙ୍କାନାଳ ବସ୍ ଷ୍ଟାଣ୍ଡର । ବସ୍ ଷ୍ଟାଣ୍ଡରେ ଧାଡିକୁ ଧାଡି ଛିଡା ହୋଇଛି ପୂର୍ବତନ ସରକାରଙ୍କ ଦ୍ବାରା ଦିଆଯାଇଥିବା ଲକ୍ଷ୍ମୀ ବସ୍ ସେବା । ଏହାକୁ ଗୋଟା ପରେ ଗୋଟା ସବୁଜରୁ ଗେରୁଆ କରୁଛନ୍ତି ରଙ୍ଗମିସ୍ତ୍ରୀ । ଲକ୍ଷ୍ମୀ ବସରୁ ପୂର୍ବରୁ ଏହାର ଷ୍ଟିକର ହଟାଯାଇଥିବା ବେଳେ ଏହା ପରିବର୍ତ୍ତିତ ହୋଇ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ହେବ ବୋଲି ସ୍ପଷ୍ଟ କରିଥିଲେ ବିଭାଗୀୟ ମନ୍ତ୍ରୀ । ଯେଉଁ କାରଣରୁ ଏଠି ରଙ୍ଗ ବଦଳାଯାଉଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଏଥିରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଟ୍ୟାଗ୍ ବି ଲାଗିସାରିଲାଣି । ତେବେ ଏହାକୁ ଏଭଳି ରଙ୍ଗ ପରିବର୍ତ୍ତନ କରାଇବା ପାଇଁ କିଏ ନିର୍ଦ୍ଦେଶ ଦେଇଛି ସେନେଇ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ ।

ତେବେ ଆଗକୁ ରଥଯାତ୍ରା ଥିବା ବେଳେ ବିଭିନ୍ନ ଜିଲ୍ଲାରୁ ପୁରୀକୁ ଏହି ବସ୍ ସବୁ ଗଡିବା ନେଇ ଅନୁମାନ କରାଯାଉଛି ।

Leave A Reply

Your email address will not be published.