ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଉଠାଇନେଲା ପୁଲିସ। ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ହେଉଛନ୍ତି ଜଗବନ୍ଧୁ ଚାନ୍ଦ। ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାଙ୍କ ସହିତ ଜଗବନ୍ଧୁର ସଂପୃକ୍ତି ଥିବା ସନ୍ଦେହ ରହିଛି। ଦୀର୍ଘ ଦିନ ହେବ ଏହି ମାମଲାରେ ଜଗବନ୍ଧୁ ଓ ଖଗେଶ୍ବରଙ୍କୁ ପୁଲିସ କାହିଁକି ଗିରଫ କରୁନି ବା ତାଙ୍କୁ ଜେରା କରୁନି ସେ ନେଇ ପ୍ରଶ୍ନ ଉଠିଥିଲା।
ମିଳିଥିବା ସୂଚନା ଅନୁଯାୟୀ ଜଗବନ୍ଧୁକୁ ତାଙ୍କର ସତ୍ୟବିହାର ସ୍ଥିତ ଘରୁ ପୁଲିସ ଉଠାଇ ନେଇଛି। ଏବେ ପୁଲିସ ଏକ ସ୍ୱତନ୍ତ୍ର ଜାଗାରେ ଜେରା କରୁଥିବା ସୂଚନା ରହିଛି। ଗତକାଲି ଏହି ପ୍ରସଙ୍ଗରେ କମିଶନରେଟ ପୋଲିସର ମୁଖ୍ୟ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ହେଲେ ସେ ମୁହଁ ବୁଲାଇ ଦେଇ ପ୍ରଶ୍ନକୁ ଏଡାଇ ଦେଇଥିଲେ।
ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ୍ ଉଠାଇ ନେଇଥିବା ସୂଚନା ମିଳିଛି। ଆଜି ସକାଳୁ କମିଶନରେଟ୍ ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ଘରୁ ଜଗଗନ୍ଧୁଙ୍କୁ ପୋଲିସ ଉଠାଇ ନେଇ ପଚରାଉଚରା ଚଳାଇଛି।
ଝାରପଡା ଜେଲରେ ଥିବା ଅର୍ଚ୍ଚନା ନାଗ ବଡ ବଡ଼ିଆଙ୍କୁ ନିଜ ଚକ୍ରବ୍ୟୁହୂରେ ଫସାଇ ଶାରୀରିକ ସମ୍ପର୍କ ରଖୁଥିଲା। ପରେ ସେହି ସମୟର ଭିଡିଓକୁ ରେକର୍ଡିଂ କରି ବ୍ଲାକମେଲିଂ କରି ମୋଟା ଅଙ୍କର ପଇସା ମାଗୁଥିଲା। ନିକଟରେ ପ୍ରଯୋଜକ ଅକ୍ଷୟ ପରିଜା ବ୍ଲାକମେଲିଂ ମାମଲାରେ ଅଭିଯୋଗ କରିବା ପରେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ଅର୍ଚ୍ଚନା ନାଗକୁ ରାତି ଅଧିିଆ ଉଠାଇ ନେଇଥିଲା।
ଏହି ମାମଲାରେ ଅନେକ ଶାସକ ଦଳର ନେତା ଏବଂ ବିରୋଧୀ ଦଳର ନେତାଙ୍କ ସଂପୃକ୍ତ ରହିଥିବା କୁହାଯାଉଛି। ସୋଶିଆଲ ମିଡିଆରେ ଅନେକ ନେତା, ବାବୁଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଘୁରିବୁଲୁଛି।
Comments are closed.