Latest Odisha News

BREAKING NEWS

ମହିଳାଙ୍କ ଅଜବ ସଉକ: ଭୁତୁଣୀ ଭଳି ଦେଖାଯିବାକୁ କଲେ ଅସ୍ତ୍ରୋପଚାର

କାଲିଫର୍ଣ୍ଣିଆ: ଭୂତପ୍ରେତ ନାଁ ଶୁଣିଲେ ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମେସ୍ତ ଡ଼ରନ୍ତି । କିନ୍ତୁ ଆମେରିକୀୟ ଜଣେ ମହିଳାଙ୍କ ଅଜବ ସଉକ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସଉକଟି ହେଲା ଭୁତୁଣୀ ପରି ନିଜକୁ ସଜ୍ଜେଇବା । ସେ ଭୁତୁଣୀ ପରି ଦେଖାଯିବା ଲାଗି ଅସ୍ତ୍ରୋପଚାର କରି ନକଲି ବଡ଼ ବଡ଼ ଦାନ୍ତ ଲଗାଇଛନ୍ତି । ଏଥିସହ ଭୁତୁଣୀ ଡ଼୍ରେସ ପିନ୍ଧିବା ସହ ହେୟାର ଷ୍ଟାଇଲ ବି କରନ୍ତି । ଏଥିଲାଗି ସେ ପାଣି ପରି ପଇସା ବି ଖର୍ଚ୍ଚ କରିବାକୁ ପଛାଇ ନାହାନ୍ତି ।

ଆମେରିକାର କାଲିଫର୍ଣ୍ଣିଆ ବାସିନ୍ଦା ଜ୍ୟାକି ରାବଟ୍ । ସେ ଜଣେ ଟାଟୁ ଆର୍ଟିଷ୍ଟ । ସେ ତାଙ୍କ ଶରୀରରେ ଅନେକ ଟାଟୁ କରିଛନ୍ତି । ଛୋଟ ବେଳୁ ସେ ସବୁବେଳେ ଭୁତ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ଓ ନିଜେ ବି ଭୁତୁଣୀ ପରି ଦେଖାଯିବାକୁ ଇଛା କରନ୍ତି । ତାଙ୍କର ଏହି ଅଜବ ସଉକ ଲାଗି ସେ ନକଲି ବଡ଼ ବଡ଼ ଦାନ୍ତ ଲଗାଇଛନ୍ତି , ଯାହା ଲୋକଙ୍କୁ ଅଧିକ ଆଶ୍ଚର୍ଯ୍ୟ କରେ ।
ସର୍ଜରୀ ଜରିଆରେ ଗୋଟିଏ ଦାନ୍ତ ବଡ଼ କରିଥିବା ବେଳେ ଆଉ ଗୋଟିଏ ଦାନ୍ତକୁ ସୁନାରେ ନିର୍ମିତ କରିଛନ୍ତି, ଯାହା ଚିକ୍‌ଚିକ୍ କରିବ । ଏହି ସର୍ଜରୀ ପାଇଁ ଜ୍ୟାକି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିିଛନ୍ତି । ଏଥିସହ ସେ ସବୁବେଳେ ଭୁତୁଣୀ ପରି ଡ଼୍ରେସ ପିନ୍ଧିବା ସହ ହେୟାର ଷ୍ଟାଇଲ ବି କରନ୍ତି । ଆଉ ଚାଲିବା,କଥାବର୍ତ୍ତା ଠିକ୍ ଭୁତୁଣୀ ପରି କରନ୍ତି । ତାଙ୍କ ପାଖକୁ ଟାଟୁ କରିବାକୁ ଆସୁଥିବା ଲୋକେ ତାଙ୍କ ଷ୍ଟାଇଲ ଦେଖି ହସନ୍ତି ।

Leave A Reply

Your email address will not be published.