Latest Odisha News

BREAKING NEWS

ହାତୀ ସହ ଭିଡ଼ିଓ କରିବା ପଡ଼ିଲା ମହଙ୍ଗା: ରାଗିଯାଇ ଯୁବତୀଙ୍କୁ ଦେଲା କଚାଡି

ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ କରିବାକୁ ପଛାଉନାହାନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ହାତୀ ସହ ଭିଡ଼ିଓ କରିବା ତାଙ୍କୁ ମହଙ୍ଗା ପଡ଼ିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଏକ ଜଙ୍ଗଲୀ ଦନ୍ତା ହାତୀ ପାଖକୁ ଯାଉଛନ୍ତି । ଯୁବତୀ ଜଣକ ହାତରେ ଏକ କଦଳୀ କାନ୍ଦି ମଧ୍ୟ ଧରିଛନ୍ତି । ଅତି ସାହସର ସହିତ ହାତୀକୁ କଦଳୀ ଦେଖାଇ ଦେଖାଇ ତା’ ପାଖକୁ ଯାଉଛନ୍ତି । ହାତୀଟି ମଧ୍ୟ ଧୀରେ ଧୀରେ ଯୁବତୀଙ୍କ ନିକଟତର ହେଉଛି । ଏହି ସମୟରେ ଯୁବତୀ ଜଣକ ଗୋଟିଏ କଦଳୀ ହାତୀକୁ ଖାଇବାକୁ ଦେବାକୁ ଚେଷ୍ଟା କରିଛନ୍ତି । ହେଲେ ହାତୀଟି ନ ନେବାରୁ ସେ ବାରମ୍ବାର ଯାଞ୍ଚିଥିଲେ । ଏଥିରେ ଜଙ୍ଗଲୀ ହାତୀଟି ରାଗି ଯାଇ ଯୁବତୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା । ଏହି ଦୃଶ୍ୟ କେଉଁ ଏକ ଜଙ୍ଗଲ ଅଞ୍ଚଳରେ ଦେଖାଯାଏ । କାରଣ ପଛରେ ପର୍ବତ, ହ୍ରଦ ଆଦି ଦୃଶ୍ୟମାନ ହୁଏ ।

ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଭିଡ଼ିଓ ବନାଇବା ପାଇଁ ଏପରି ଜଙ୍ଗଲୀ ପଶୁଙ୍କ ପାଖକୁ ଯିବା ଉଚିତ୍ ନୁହେଁ ବୋଲି ଅନେକ ମତ ରଖିଛନ୍ତି ।

Leave A Reply

Your email address will not be published.