Latest Odisha News

BREAKING NEWS

ବିଜେପିକୁ ଟେନସନରୁ ମୁକ୍ତି ଦେବ କି ଟିଫିନ?

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟକୁ ଘନ ଘନ ଗସ୍ତ କରୁଛନ୍ତି। ଦଳୀୟ ନେତା କର୍ମୀ ଓ କାର୍ଯ୍ୟକର୍ତାଙ୍କୁ ଭେଟୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ମଧ୍ୟରେ ଆଉ ଏକ ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶ ବାରଣାସୀରେ ମୋଦିଙ୍କ ଟିଫିନ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବାରଣାସୀ ଗସ୍ତ ଅବସରରେ ମୋଦି ବରେକା ଗେଷ୍ଟ ହାଉସରେ ଦଳୀୟ କାର୍ଯ୍ୟକର୍ତାଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଛନ୍ତି। ଦଳୀୟ କାର୍ଯ୍ୟକର୍ତାଙ୍କୁ କିଛି ବ୍ୟକ୍ତିଗତ ପ୍ରଶ୍ନ ସହ ଦଳକୁ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି।

ଏପରିକି ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଖେଚୁଡ଼ି ଓ ସବଜି ଖାଉଛନ୍ତି ମୋଦି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ନିର୍ବାଚନରେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତାଙ୍କ ମନୋବଳ ବଢାଇବା ପାଇଁ ବିଜେପି ପକ୍ଷରୁ ଏଭଳି ଟିଫିନ ବୈଠକ କରାଯାଉଛି।

ଯାହାକି ଦଳୀୟ କର୍ମୀଙ୍କ ମଧ୍ୟରେ ଜୋଶ ଭରିବାରେ ବେଶ ସହାୟକ ହେଉଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ସହ କାର୍ଯ୍ୟକର୍ତା ଗୋଟିଏ ଟେବଲରେ ବସି ଟିଫିନ କରିବା ସହ ଆଲୋଚନା କରିବା ଦ୍ୱାରା କାର୍ଯ୍ୟକର୍ତା ମାନେ ନିଜ ଭିତରେ ଥିବା ମନୋମାଳିନ୍ୟ ଭୁଲି ଦଳ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବେ ବୋଲି କୁହାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ସହ ଟେବଳରେ ମଣ୍ଡଳ ଅଧ୍ୟକ୍ଷ ସିଦ୍ଧନାଥ ଶର୍ମା, ନଳୀନି ନୟନ ମିଶ୍ର, ମହାନଗର ମନ୍ତ୍ରୀ ଅନୁପମ ଗୁପ୍ତା ପ୍ରମୁଖ ସାମିଲ ହୋଇଥିଲେ। ସବୁ ନେତା ନିଜ ନିଜର ଟିଫିନ ନେଇ ଆସିଥିଲେ।

ତେଣୁ ଏଭଳି ଢଙ୍ଗରେ ୨୦୨୪ ପାଇଁ ବିଜେପି ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଦଳୀୟ ସଂଗଠନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନିଜର ଦୁଇଦିନିଆ ଗସ୍ତ ମଧ୍ୟରେ ଛତିଶଗଡ଼, ଉତ୍ତରପ୍ରଦେଶ, ତେଲେଙ୍ଗାନା ଓ ରାଜସ୍ଥାନ ଗସ୍ତ କରିଛନ୍ତି।

ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚଳିତ ମାସ ଶେଷରେ ଥିବାବେଳେ ଉତ୍ତରପ୍ରଦେଶ ଲୋକସଭାର ୮୦ ସିଟ ଉପରେ ବିଜେପିର ସମ୍ପୂର୍ଣ୍ଣ ନଜର ରହିଛି। ତେଣୁ ଦଳୀୟ କର୍ମୀ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଭରିଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଟିଫିନ ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.