Latest Odisha News

BREAKING NEWS

ସଜ୍ଜେଇ ହେଲା ଝିଟିପିଟି: ଭିଡ଼ିଓ ଭାଇରାଲ

ଦୁନିଆରେ ଅନେକ ଜୀବଜନ୍ତୁ ରହିଛନ୍ତି । ସେଥି ମଧ୍ୟରୁ ଏମିତି କିଛି ଜୀବ ଅଛନ୍ତି, ଯାହାକୁ ଆମେ ଭୟ କରିବା ସହ ଘୃଣା କରିଥାନ୍ତି । ସେଥିମଧ୍ୟରେ ଝିଟିପିଟି ଅନ୍ୟତମ । ଯଦି ଭୁଲରେ କେବେ ଝିଟିପିଟି କାହାରି ସାମ୍ନାକୁ ଆସିଯାନ୍ତି, ଲୋକେ ତାକୁ ଦେଖି ଡ଼େଇଁପଡ଼ିବା ସହ ଦୂରେଇ ଯାଆନ୍ତି । ଏହି ଘୃଣ୍ୟ ପ୍ରାଣୀକୁ କେହି ଛୁଇଁବାକୁ ମଧ୍ୟ ଚାହାଁନ୍ତି ନାହିଁ । ଏବେ ଏହି ପ୍ରାଣୀର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

BjdElectrycity

ସାଧାରଣତଃ ଲୋକମାନେ କୁକୁର ଏବଂ ବିଲେଇଙ୍କୁ ରଖିବାକୁ ପସନ୍ଦ କରିଥାନ୍ତି । ସେମାନଙ୍କର ଯତ୍ନ ନେବା ସହ ବିଭିନ୍ନ ସାମଗ୍ରୀରେ ସଜାଇଥାନ୍ତି । କେବେ ଝିଟିପିଟିକୁ କେହି ସଜ୍ଜେଇ ଦେଉଥିବା ଦେଖିଛନ୍ତି ? କିନ୍ତୁ ଏବେ ଜଣେ ଯୁବତୀ ଗୋଟେ ଝିଟିପିଟିକୁ ସୁନ୍ଦର ଭାବେ ସଜ୍ଜେଇଛନ୍ତି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଗୋଟେ ଝିଟିପିଟିର ଚାରି ପାଦର ନଖରେ ନେଲପଲିସ୍ ଲଗାଇ ଦେଉଛନ୍ତି । ଏଥିସହିତ ବେକରେ ବି ଗୋଟେ ଛୋଟ ହାର ବି ପିନ୍ଧାଉଛନ୍ତି, ଯାହା ଦେଖିବାକୁ ଠିକ୍ ସୁନା ପରି । ସବୁଠୁ ବଡ଼କଥା ଝିଟିପିଟିଟି ବି ଶାନ୍ତ ଭାବରେ ଦେଖାଉଛି । ଏହି ଭିଡ଼ିଓକୁ ଅନେକ ଖୁବ୍ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.