Latest Odisha News

BREAKING NEWS

ଏହି ଜନଜାତିର ଲୋକେ ଚୋରୀ କଲେ ମାରି କରି ଖାଇ ଦିଅନ୍ତି

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ଆଧୁନିକ ଓ ଶିକ୍ଷିତ ହେଲେଣି । ତଥାପି ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ଏହି ଆଲୋକ ପଂହଚି ପାରି ନାହିଁ । ପାପୁଆ ନିଉ ଗିନିର କୋରୋବାଇ ସଭ୍ୟତା ଏହାର ଉଦାହରଣ । ଏହି ସଭ୍ୟତା ସମ୍ପର୍କରେ ବିଶ୍ୱ ଏକପ୍ରକାର ଅଜ୍ଞ ଥିଲେ । ଡ୍ରୁ ୱିସ୍କି ନାମକ ଜଣେ ୟୁଟ୍ୟୁବର ଏଠାରେ ପଂହଚିବା ପରେ ସେ ଏହି ରହସ୍ୟର ଉଜାଗର କରିଛନ୍ତି । ଏଠାକାର ସଭ୍ୟତା ମଣିଷ ମାଂସ ଖାଦ୍ୟ ପାଇଁ ଖାଆନ୍ତି ନାହିଁ । ଯଦି କେହି କିଛି ଚୋରି କରି ନେଇଯାଏ ତାହାହେଲେ ସେମାନେ ତାକୁ ପୋଡିକରି ଖାଇଥାନ୍ତି । ସେମାନଙ୍କର ଏକ ଧାରଣା ରହିଛି ଯେ, ଖାକୁଆ ନାମକ ଏକ ରାକ୍ଷସ ମଣିଷ ଶରୀରରେ ପ୍ରବେଶ କରି ଏପରି କାର୍ଯ୍ୟ କରିଥାଏ । ତାକୁ ନ ଖାଇଲେ, ସେ ଆମକୁ ଖାଇଦେବ ।

ସେହିପରି ରୋଗଗ୍ରସ୍ତ ହୋଇ କେହି ମରିଗଲେ ମଧ୍ୟ ସେମାନେ ଏହା ଖାକୁଆର କାର୍ଯ୍ୟ ବୋଲି କହିଥାନ୍ତି । ୧୩ ବର୍ଷରୁ କମ ପିଲାମାନଙ୍କୁ ସେମାନେ କିନ୍ତୁ ଏହା ଖାଇବାକୁ ଦେଇ ନ ଥାନ୍ତି । ସେମାନଙ୍କ ଧାରଣା ଖାକୁଆ ଛୋଟ ପିଲାଙ୍କ ମସ୍ତିଷ୍କକୁ କାବୁ କରିଦେବ । ଉକ୍ତ ୟୁ ଟ୍ୟୁବରଜଣଙ୍କୁ ସେମାନେ ମଣିଷ ମାଂସ ଖାଇବାକୁ ଦେଇଥିଲେ । ସେ ଏହାକୁ ଖାଇବା ପରେ ସେମାନଙ୍କର ବିଶ୍ୱାସଭାଜକ ହୋଇପାରିଥିଲେ । ଥରେ ଯଦି ସେମାନଙ୍କର ବିଶ୍ୱାସ ଜନ୍ମେ ତେବେ ସେମାନେ ପରିବାର ସଦସ୍ୟ ଭଳି ବ୍ୟବହାର କରିଥାନ୍ତି ।

Leave A Reply

Your email address will not be published.