ନ୍ୟୁୟର୍କ: ଆଜିକାଲି ଦାଢି ରଖିବା ଯୁବକମାନଙ୍କର ଏକ ଫ୍ୟାଶନ ହୋଇଯାଇଛି । କେହି କେହି ଲମ୍ବା ଦାଢି ରଖିବାକୁ ପସନ୍ଦ କରୁଥିବା ଆଉ କିଏ ଛୋଟ ଛୋଟ ରଖିଥାନ୍ତି । ଏହା ତ ସାଧାରଣ କଥା । ହେଲେ ଏମିତି ଜଣେ ଆମେରିକୀୟ ମହିଳା ଅଛନ୍ତି ଯିଏ କି ଲମ୍ବା ଦାଢି଼ି ରଖି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହା ସେ ନିଜ ସଉକ ପାଇଁ ନୁହେଁ,ବରଂ ବାଧ୍ୟତାମୂଳକ ଭାବେ ରଖିଥିଲେ । ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ଚର୍ଚ୍ଚିତ କରିଛି ।
ଆମେରିକାର ଓକେଲାହୋମାର ଲାଟନ୍ରେ ରୁହନ୍ତି ୭୪ ବର୍ଷ ବୟସ୍କା ଭିଭିଆନ୍ ହ୍ୱିଲର୍ । ସେ ଏବେ ବିଶ୍ୱରେ ଲମ୍ବା ଦାଢିଧାରୀ ମହିଳା ଭାବେ ପରିଚିତ । ସେ ତାଙ୍କର ଲମ୍ବା ଦାଢି଼ି ପାଇଁ ନିଜ ନାମକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ସ୍ଥାନିତ କରିପାରିଛନ୍ତି । ୩ ଟି ସନ୍ତାନର ମା ଏବଂ ଜେଜେମା ହୋଇସାରିଥିବା ଏହି ମହିଳାଙ୍କ ଦାଢିର ଲମ୍ବା ୧୦ ଇଞ୍ଚରୁ ଅଧିକ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଭିଭିଆନ ନିଜ ସଉକ ପୂରଣ ପାଇଁ ଦାଢି଼ି ରଖି ନ ଥିଲେ । ଏହା ବାଧ୍ୟତାମୂଳକ ଭାବେ ବଢିଯାଇଥିଲା ।
ଭିଭିଆନ୍ କୁହନ୍ତି, ତାଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ମୁହଁରେ ଦାଢି଼ି ବଢିବାକୁ ଲାଗିଲା । ଏମିତି ବଢିଲା ଯେ, ପରିବାର ଲୋକେ ଚିନ୍ତିତ ହୋଇପଡ଼ିଲେ । ପରେ ପରିବାର ଲୋକେ ଡ଼ାକ୍ତରଙ୍କ ପାଖକୁ ନେବାରୁ ଜାଣିବାକୁ ପାଇଲେ ଯେ, ଝିଅ ହର୍ମାଫ୍ରୋଡିଟିଜିମ୍ ନାମକ ଏକ ରୋଗରେ ପୀଡ଼ିତ । ଏହି ରୋଗରେ ସାଧାରଣତଃ ୫୦ ପ୍ରତିଶତ ମହିଳା ଆକ୍ରାନ୍ତ ହୋଇଥାନ୍ତିି । ଏହା ସହିତ, ସେ ଜନ୍ମରୁ ହାଇପରଟ୍ରିଚୋସିସ୍ ନାମକ ରୋଗରେ ମଧ୍ୟ ଆକ୍ରାନ୍ତ । ତେଣୁ ଯେତେ ଦାଢି କାଟିଲେ ବି ତାହା ଶୀଘ୍ର ଶୀଘ୍ର ବଢିଯାଇଥାଏ । ତେଣୁ ତାଙ୍କ ବାପା ନିଜକୁ ଲଜ୍ଜିତ ମନେ କରି ଭିଭିଆନକୁ ସର୍କସରେ ଭର୍ତ୍ତି କରିଦେଲେ । ସର୍କସରୁ ଛୁଟି ନେଇ ଘରକୁ ଆସିଲେ ଦାଢି କାଟି ଆସିବାକୁ ତାଙ୍କ ବାପା ତାଗିଦ୍ କରୁଥିଲେ । ଲମ୍ବା ଧାଡ଼ି ପାଇଁ ସେ ସର୍କସରୁ ମାସିକ ୮୦ ହଜାର ଟଙ୍କା ରୋଜଗାର କରିବା ଆରମ୍ଭ କଲେ । ତାପରଠାରୁ ସେ ଦାଢି କାଟିବା ବନ୍ଦ କରିଦେଲେ ଓ ନିୟମିତ ଦାଢି ରଖିଲେ । ଯାହା ତାଙ୍କ ପରିବାର ଚଳାଇବା ପାଇଁ ଆବଶ୍ୟକତା ଥିଲା । କେବଳ ସେତିକି ନୁହେଁ ଏବେ ଏହି ଦାଢି଼ି ତାଙ୍କୁ ନୂଆ ପରିଚୟ ବି ଦେଲା । ନିଜ ନାମ ମଧ୍ୟ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେ ସାମିଲ କରିପାରିଲା ।
Comments are closed.