Latest Odisha News

ଗ୍ଲାମରସ୍ ଟ୍ରକ ଡ଼୍ରାଇଭର: ମାସକୁ ରୋଜଗାର କରନ୍ତି ୬୩ ଲକ୍ଷ ଟଙ୍କା, ପୁଣି ୬ ମାସ ବିଶ୍ରାମ

ଅଷ୍ଟ୍ରେଲିଆ:ଖୁସିରେ ବଞ୍ଚିବା ପାଇଁ ସମସ୍ତେ କିଛି ନା କିଛି ବ୍ୟବସାୟ ହେଉ ବା ଚାକରି କରିଥାନ୍ତି । କିନ୍ତୁ ସମସ୍ତଙ୍କୁ ଯୋଗ୍ୟତା ଅନୁଯାୟୀ ନିଜ ପସନ୍ଦର ଚାକିରି ମିଳି ନ ଥାଏ । ତେବେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କମ୍ ଯୋଗ୍ୟତା ସତ୍ତ୍ୱେ ଅଧିକ ରୋଜଗାର କରିଥାନ୍ତି । ଅଷ୍ଟ୍ରେଲିଆର ଜଣେ ଗ୍ଲାମରର୍ସ ଯୁବତୀ ଟ୍ରକ ଚଲାଇ ପ୍ରତି ମାସରେ ରୋଜଗାର କରନ୍ତି ୬୩ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ, ମାଗଣା ରହିବା, ଖାଇବା ଏବଂ ଯାତ୍ରା ଖର୍ଚ୍ଚ ସହ ବର୍ଷକୁ ୬ ମାସ ବିଶ୍ରାମ ମିଳିଥାଏ । ଯୁବତୀ ଜଣକ ତାଙ୍କ କାହାଣୀ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେଉଛି ।

ଅଷ୍ଟ୍ରେଲିଆର ପର୍ଥରେ ରୁହନ୍ତି ଆଶଲି । ସେ ସୋସିଆଲ ମିଡ଼ିଆରେ ଖୁବ୍ ସକ୍ରୀୟ । ପେଷାରେ ଜଣେ ଟ୍ରକ ଡ଼୍ରାଇଭର । ତାଙ୍କର ଷ୍ଟାଇଲ ଓ ଲୁକ୍ ପାଇଁ ସେ ଗ୍ଲାମରସ ଟ୍ରକ ଡ଼୍ରାଇଭର ଭାବେ ବେଶ୍ ପରିଚିତ । ସେ ଏକ ଖଣି କମ୍ପାନୀରେ ଟ୍ରକ ଡ଼୍ରାଇଭର ଭାବେ କାମ କରନ୍ତି । କମ୍ପାନୀ ତାଙ୍କୁ ଯେଉଁଠିକି ପଠାଏ ସେ ବିନା ଭୟରେ ଟ୍ରକ୍ ନେଇ ଯାଇଥାନ୍ତି । ତାଙ୍କୁ ଅଧିକାଂଶ ସମୟ ଦୁର୍ଗମ ଅଞ୍ଚଳକୁ ଯିବାକୁ ପଡ଼ିଥାଏ । ଆଶଲିଙ୍କ ସାହସ ଦେଖି କମ୍ପାନୀର ଅନ୍ୟ ଡ଼୍ରାଇଭରମାନେ ପ୍ରଂଶସା କରନ୍ତି । ଏଥିପାଇଁ ତାଙ୍କୁ ମାସିକ ୬୩ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିଥାଏ । କେବଳ ସେତିକି ନୁହେଁ, ପ୍ରତି ମାସରେ ବୋନସ ମିଳିବା ସହ ଖାଇବା,ପିଇବା,ରହିବା ପୁରା ମାଗଣା । ଏଥିସହ ୬ ମାସ କାମ କଲେ ୬ ମାସ ବିଶ୍ରାମ ମିଳିଥାଏ । ଏବେ କମ୍ପାନୀର ପ୍ରତ୍ୟେକ କର୍ମଚାରୀଙ୍କ ପ୍ରିୟ ହୋଇପାରିଛନ୍ତି ଆଶେଲି ।

ଆଶେଲି କହିଛନ୍ତି ଯେ, କୌଣସି କାମ ଛୋଟ କି ବଡ଼ ନୁହେଁ । ଏମିତି କିଛି କାମ କର ଯାହା ଆପଣଙ୍କୁ ଆତ୍ମସନ୍ତୋଷ ଦେବା ସହ ଭଲ ପଇସା ମିଳୁଥିବ । ମୁଁ ପ୍ରଥମେ ଯେତେବେଳେ ଟ୍ରକ ଡ଼ାଇଭର ଭାବେ କମ୍ପାନୀରେ ନିଯୁକ୍ତି ପାଇଲି ଅନ୍ୟ ସହକର୍ମୀମାନେ ମୋତେ ସହଜରେ ଗ୍ରହଣ କରି ପାରି ନ ଥିଲେ । ମୋତେ ଦେଖିଲେ ଥଟ୍ଟା ପରିହାସ କରୁଥିଲେ । ମୁଁ ସେମାନଙ୍କ କଥାକୁ ଗୁରୁତ୍ୱ ନ ଦେଇ ନିଜ କାମ କରି ଚାଲିଲି । ଧୀରେ ଧୀରେ ସମସ୍ତେ ମୋ ସହ ମିଶିବା ସହ ମୋ କାମ ଦେଖି ମୋତେ ପ୍ରଶଂସା କରିଲେ । ଆଉ ଏବେ ମୁଁ ସମସ୍ତଙ୍କ ପ୍ରିୟ ହୋଇପାରିଛି ।

Comments are closed.