Latest Odisha News

BREAKING NEWS

ଚତୁର୍ଥ ଥର ବାପା ହେଲେ ଅଭିନେତା ଅର୍ଜୁନ ରାମପାଲ

ମୁମ୍ବାଇ: ଚତୁର୍ଥ ଥର ବାପା ହେଲେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ୍ । ତାଙ୍କ ପ୍ରେମିକା ଗେବ୍ରିଏଲା ଡେମୋଟ୍ରିଏଡସ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ତାଙ୍କର ଏକ ପୁତ୍ର ସନ୍ତାନ ଥିବା ବେଳେ ଏବେ ପୁଣିଥରେ ଏକ ପୁଅକୁ ଜନ୍ମ ଦେଇଛନ୍ତି । ଅଜୁର୍ନଙ୍କ ପୂର୍ବ ପତ୍ନୀ ମେହେର ଜେସିଆଙ୍କର ଦୁଇ ଝିଅ ଅଛନ୍ତି । ଏହି ଖୁସି ଖବର ନିଜେ ଅର୍ଜୁନ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହ ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୪ର୍ଥ ଥର ବାପା ହେବା ପରେ ଅର୍ଜୁନ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ଏହି ଖୁସି ଖବରକୁ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଯେ, ମୁଁ ଓ ମୋ ପରିବାର ଆଜି ଏକ ସୁନ୍ଦର ଶିଶୁପୁତ୍ର ଆଶୀର୍ବାଦ ପ୍ରାପ୍ତ ହୋଇଛୁ । ମା ଓ ପୁଅ ଦୁହେଁ ସୁସ୍ଥ ଅଛନ୍ତି । ଏଥିପାଇଁ ଡାକ୍ତର ଏବଂ ନର୍ସମାନଙ୍କୁ ଧନ୍ୟବାଦ । ଆପଣମାନଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ମଧ୍ୟ ଧନ୍ୟବାଦ ।

୫୦ ବର୍ଷୀୟ ଅଭିନେତା ଅର୍ଜୁନ ପୂର୍ବରୁ ମଡେଲ ମେହେର ଜେସିଆଙ୍କୁ ବିବାହ କରିଥିଲେ । ବିବାହର ବହୁ ବର୍ଷ ପରେ ୨୦୧୯ ମସିହାରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା । ସେମାନଙ୍କର ମହିକା ରାମ୍‌ପଲ୍ ଏବଂ ମୀରା ରାମ୍‌ପଲ୍ ଦୁଇଟି ଝିଅ ଅଛନ୍ତି । ୨୦୧୮ ମସିହାରେ ଅର୍ଜୁନ ଓ ଗାବ୍ରିଏଲା ପରସ୍ପରଙ୍କୁ ଭେଟିଥିଲେ । କିଛି ମାସ ପରେ ଡେଟିଂ ଆରମ୍ଭ କରିଥିଲେ । ୨୦୧୯ ମସିହାରେ ପ୍ରଥମ ପୁଅ ଆରିକଙ୍କ ଜନ୍ମ ଦେଇଥିଲେ ।

Leave A Reply

Your email address will not be published.