Latest Odisha News

BREAKING NEWS

ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ରାଉରକେଲା: ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ମହିଳା ଆଇଆଇସି ସ୍ନିଗ୍ଧାରାଣୀ ସୁନା । ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ସ୍ୱାମୀଙ୍କ ନାଁରେ ସେ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି।

ରାଉରକେଲା ରଘୁନାଥପାଲ୍ଲୀ ଥାନାରେ ସ୍ବାମୀଙ୍କ ବିରୋଧରେ ସେ ଲିଖତ୍ତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ୧୩ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା । ହେଲେ ବିବାହର ୩ ବର୍ଷ ପରଠାରୁ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଛନ୍ତି । କେବଳ ସେତିକି ନୁହେଁ ମାର୍‌ପିଟ୍ କରିବା ସହ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇଥିବା ସେ କହିଛନ୍ତି । ନିର୍ଯାତନା ଅଧିକ ହେବାରୁ ବାଧ୍ୟହୋଇ ସ୍ନିଗ୍ଧା ରଘୁନାଥପାଲି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Comments are closed.