ନ୍ୟୁୟର୍କ: ଅନେକ ସମୟରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏମିତି ଘଟଣା ଘଟିଥାଏ, ଯାହା ସେମାନଙ୍କୁ ନିଜଅ ଅଜାଣତରେ ଅନ୍ୟମାନଙ୍କ ଆଗରେ ଛୋଟ କରିଦିଏ । ଅନେକଙ୍କ ଜୀବନରେ ଏମିତି ଘଟଣା ଘଟୁଥିବାର ନଜିର ଅଛି । ସେହିଭଳି ଏକ ଘଟଣା ଘଟିଛି ଆମେରିକାର ଏକ ମହିଳାଙ୍କ କ୍ଷେତ୍ରରେ । ତେବେ ପ୍ରକୃତ କଥା ସାମ୍ନାକୁ ଆସିବା ପରେ ମହିଳା ଜଣକ ମହିଳା ଜଣକ ଭୁଲ କାହାର ବୋଲି ଜାଣିବା ସହ ନିଜର ଭୁଲକୁ ମଧ୍ୟ ସ୍ୱୀକାର କରିଥିଲେ । ଏଭଳି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ମେଗ ନିଲ ନାମକ ଜଣେ ମହିଳା ଆମେରିକାର ଜର୍ଜିଆରେ ରୁହନ୍ତି । ସେ ନିଜ ଜୀବନରେ ଘଟିଥିବା ଏକ ଘଟଣା ବିଷୟରେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ସେ ରହୁଥିବା କଲୋନୀର ଲୋକମାନେ ତାଙ୍କୁ ଭିନ୍ନ ନଜରରେ ଦେଖନ୍ତି । ଯେତେବେଳେ ବି ସେ ଘରୁ ବାହାରକୁ ଆସୁଥିଲେ, ସମସ୍ତେ ତାଙ୍କୁ ଆବା କାବା ହୋଇ ଚାହିଁ ରହୁଥିଲେ । ନିଜ ପ୍ରତି ବାହାର ଲୋକଙ୍କର ଏପରି ଆଚରଣ କାହିଁକି ବୋଲି ଜାଣି ପାରୁ ନ ଥିଲେ ମେଗ୍ । ଆଉ ଯେତେବେଳେ ପ୍ରକୃତ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବା ସହ ଲଜ୍ଜିତ ମଧ୍ୟ ହେଲେ ।
ବାସ୍ତବରେ ମେଗଙ୍କ ଘରେ ଏକ ଝରକା ଥିଲା । ତା ସାମ୍ନାରେ ଏକ ବଡ଼ ଝଙ୍କାଳିଆ ଗଛ ଥିଲା । ମେଗ୍ଙ୍କ ଧାରଣା ଥିଲା ଯେ, ଏହି ଗଛ ଆଡ଼ୁଆଳରେ ତାଙ୍କ ଘର ଥିବାରୁ ତାଙ୍କ ନିତିଦିନିଆ କାର୍ଯ୍ୟ ବାବଦରେ କେହି ଜାଣି ପାରନ୍ତି ନାହିଁ । ତେଣୁ ସେ ଘରେ ଥିବା ବେଳେ ପୋଷାକ ପିନ୍ଧିବାଠାରୁ ଆରମ୍ଭ କରି ସବୁ କାମ ଆରମରେ କରୁଥିଲେ । ମେଗ୍ ପ୍ରାୟତଃ ଗାଧୋଇବା ପରେ ବିନା ପୋଷାକରେ ବାଥରୁମରୁ ବାହାରକୁ ଆସୁଥିଲେ । ସେ ରୁମକୁ ଆସିବା ପରେ ପୋଷାକ ପିନ୍ଧୁଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ଅନେକ ଲୋକ ତାଙ୍କୁ ବର୍ଷ ବର୍ଷ ଧରି ବିନା ପୋଷାକରେ ଦେଖି ଆସୁଥିଲେ । ଯେଉଁ ବିଷୟରେ ସେ ଅବଗତ ନ ଥିଲେ । ଏହି କାରଣରୁ ଆଖପାଖର ଲୋକମାନେ ତାଙ୍କୁୁ ଉଲଗ୍ନ ପଡୋଶୀ ବୋଲି କହୁଥିଲେ । ମେଗ୍ ଏହି ନାମ ଶୁଣିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ । ତେବେ ବାସ୍ତବ ଘଟଣା ବିଷୟରେ ମେଗ୍ ଜାଣିବା ପରେ ସେ ଲଜ୍ଜିତ ହୋଇଛନ୍ତି ବୋଲି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।
Comments are closed.