Latest Odisha News

BREAKING NEWS

ପିଲାବେଳର ଜିଦ୍ : ଅସ୍ତ୍ରୋପଚାର କରି ଗୋଡ଼କୁ ଲମ୍ବା କଲେ , ସାଜିଗଲେ ଲୋକପ୍ରିୟ ମଡ଼େଲ

ଜର୍ମାନୀ: ଆଜିକାଲି ଅଧିକାଂଶ ଲୋକ ନିଜକୁ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର କରିଥାନ୍ତି । ସେଲିବ୍ରିଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ ସେମାନେ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ ସେମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି । ଏବେ ନିଜର ଉଚ୍ଚତା ବଢାଇବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରୁଛନ୍ତି । ତେବେ ସେମିତି ଜଣେ ମଡ଼େଲ ପିଲାବେଳେ ନିଜ ଉଚ୍ଚତା କମ ଥିବାରୁ ଥଟ୍ଟା ପରିହାସର ଶୀକାର ହେଉଥିଲେ । କେମିତି ନିଜର ଉଚ୍ଚତା ବଢାଇବେ ଜିଦ୍ ଧରି ବସିଲେ । ଏବେ ଉଚ୍ଚତା ବଢିଲା, ଲୋକପ୍ରିୟ ବି ହେଲେ ।

ଜର୍ମାନୀରେ ରହୁଥିବା ୩୧ ବର୍ଷିୟା ଥେରେସିଆ ଫିସର । ସେ ଜଣେ ଜଣାଶୁଣା ମଡ଼େଲ । ଏଥିସହ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ । ସେ ଜର୍ମାନୀରେ ପ୍ରସାରିତ ହେଉଥିôବା ବିଗ୍ ବି ଶୋରେ ପ୍ରତିଯୋଗୀ ମଧ୍ୟ ସାଜିଥିଲେ । ପିଲାବେଳେ ତାଙ୍କର ଉଚ୍ଚତା କମ୍ ଥିଲା । ତେଣୁ ସାଙ୍ଗମାନେ ଗେଡ଼ା କହି ଥଟ୍ଟା ପରିହାସ କରୁଥିଲେ । ହେଲେ ତାହା ଶୁଣିବାକୁ ତାଙ୍କୁ ଭଲ ଲାଗୁ ନ ଥିଲା । ଏହାକୁ ନେଇ ସେ ସବୁବେଳେ ଚିନ୍ତିତ ରହୁଥିଲେ । ମନରେ ଜିଦ୍ ରଖିଥିଲେ ନିଜର ଉଚ୍ଚତା କେମିତି ବଢାଇବେ । ବୟସ ବଢିବା ସହିତ ନିଜର ଜିଦ୍ ପୂରଣ କରିବାକୁ ଆଗ୍ରହୀ ହେଲେ । ଏନେଇ ଡ଼ାକ୍ତରଙ୍କ ସହ ପରାମର୍ଶ କଲେ । ଅସ୍ତ୍ରୋପଚାର ମାଧ୍ୟମରେ ଉଚ୍ଚତା ବଢି ପାରିବ ବୋଲି ଜାଣିବାକୁ ପାଇଲେ । ତେଣୁ ଅସ୍ତ୍ରୋପଚାର କରି ନିଜର ଉଚ୍ଚତାକ ୬ ଫୁଟକୁ ବୃଦ୍ଧି କରିଛନ୍ତି । ଏଥିଲାଗି ୧.୩୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଥେରେସିଆ କହିଛନ୍ତି ଯେ, ୨ ଟି ଅପରେସନ୍ କରିବା ପରେ ମୋ ଗୋଡରେ ଟେଲିସ୍କୋପିକ୍ ରଡ୍ ଭର୍ତ୍ତି କରାଯାଇଛିି । ଫଳରେ ମୋର ଉଚ୍ଚତା ଏବେ ୬ ଫୁଟ ରହିଛି । ମୁଁ ଅପରେସନ କରି ମୋ ଗୋଡ଼ର ୧୪ ସେମି ବଢାଇଛି । ଯେଉଁଥିପାଇଁ ମୁଁ ମଡେଲିଂ କ୍ୟାରିୟରରେ ବହୁତ ଲାଭବାନ ହେଉଛିି । ମୋର ହଜିଯାଇଥିବା ଆତ୍ମବିଶ୍ୱାସ ଫେରି ପାଇଛି । ମୋର ଏହି ଲମ୍ବା ଗୋଡ଼ ମୋତେ ନୂଆ ପରିଚୟ ଦେଇଛି । ଲମ୍ବା ଗୋଡ଼କୁ ନେଇ ମୁଁ ବହୁତ ଖୁସି ।

Leave A Reply

Your email address will not be published.