Latest Odisha News

ବିମାନରେ ଯୁବତୀଙ୍କ ଲଗେଜ ଓଜନ ଅଧିକ ହେଲା : ଚାର୍ଜ ନ ଦେଇ ଏମିତି କିଛି କଲେ ଜାଣିଲେ ହସିବେ

ଫିଲିପାଇନ୍ସ: ବିମାନରେ ଯାତ୍ରା କରିବା ସୁବିଧାଜନକ । କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତି । ଆପଣ ଟ୍ରେନ୍ କିମ୍ବା ବସ୍‌ରେ ଯେତେ ଜିନିଷ ଚାହଁବେ ନେଇପାରିବେ । କିନ୍ତୁ ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କୁ ସୀମିତ ଓଜନର ଜିନିଷ ନେବାକୁ ପଡ଼ିଥାଏ । ଯଦି କୌଣସି ଯାତ୍ରୀ ଅଧିକ ଜିନିଷ ନେବାକୁ ଚାହିଁବେ, ତାହାହେଲେ ସେଥିଲାଗି ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ । ଅନେକ ସମୟରେ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଥାଏ । ଏପରି ସ୍ଥିତିରେ ଜଣେ ଯୁବତୀଙ୍କ ଲଗେଜର ଓଜନ ଅଧିକ ହେବାରୁ ସେ କ’ଣ କରୁଛନ୍ତି, ତାହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ବେଦମ୍ ହୋଇଯିବେ ।

ଫିଲିପାଇନ୍ସର ଜେଲ୍ ରୋଡ୍ରିଗୁଏଜ ନାମକ ଗଣେ ଯୁବତୀ ଦିନେ ବିମାନରେ ଯିବା ବେଳେ ତାଙ୍କର ଲଗେଜ୍‌ର ଓଜନ ଧାର୍ଯ୍ୟ ଓଜନଠାରୁ ଅଢେଇ କିଲୋ ଅଧିକ ହୋଇଗଲା । ଏନେଇ ଏୟାରଲାଇନ୍ସ ପକ୍ଷରୁ ତାଙ୍କୁୁ ଅତିରିକ୍ତ ଚାର୍ଜ କରାଯାଇଥିଲା । ହେଲେ ଜେଲ୍ ଅଧିକ ଚାର୍ଜ ଦେବାକୁ ମନା କରିଦେଲେ । ତାହାହେଲେ କିଛି ଜିନିଷ ଲଗେଜରୁ କାଢିବାକୁ ପଡ଼ିବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଥିଲା ।

ପରେ ଏଥିରେ ଜେଲ ରାଜି ହୋଇ ଲଗେଜ୍ ଖୋଲିଥିଲେ । ସେଥିରୁ ଅଢେଇ କିଲୋ ଓଜନର ପୋଷାକ ବାହାର କରିଥିଲେ । ସେଠାରେ ଉପସ୍ଥିତ ଲୋକମାନେ ଭାବୁଥିଲେ ବୋଧହୁଏ ସେ ଏହି ପୋଷାକଗୁଡ଼ିକୁ ବିମାନବନ୍ଦରରେ ଛାଡିଦେଇ ଯିବେ । କିନ୍ତୁ ଜେଲ ସେମିତି କିଛି କରି ନ ଥିଲେ । ସେ ଉପସ୍ଥିତ ବୃଦ୍ଧି ଖଟାଇ ଗୋଟିଏ ପରେ ଗୋଟିଏ ଡ଼୍ରେସ ପିନ୍ଧିବାକୁ ଲାଗିଲେ । ଏମିତି କି ଅଢେଇ କିଲୋ ଓଜନର ସବୁ ଡ଼୍ରେସ ପିନ୍ଧିଦେଲେ । ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ହସିବାକୁ ଆରମ୍ଭ କରିଥିଲେ । ପରେ ସେ କୌଣସି ଅଧିକ ଦେୟ ନ ଦେଇ ବିମାନରେ ଯାତ୍ରା କରିଥିଲେ । ଏହି ଘଟଣାଟି ପୁରୁଣା ହୋଇଥିଲେ ମଧ୍ୟ ଏବେ ଏହା ପୁଣି ଭାଇରାଲ ହୋଇଛି ।

Comments are closed.