Latest Odisha News

BREAKING NEWS

ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ

ଭୁବନେଶ୍ୱର: ଛତିଶଗଡ଼ର ଦନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ ହୋଇଛନ୍ତି । ସୀମାନ୍ତରେ ମାଓବାଦୀଙ୍କ ଏତେ ବଡ଼ ହିଂସା ପରେ ଓଡ଼ିଶାର ୩ ଜିଲ୍ଲାରେ ଜାରି ହୋଇଛି ହାଇ ଆଲର୍ଟ ।

ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ୩ ଜିଲ୍ଲାରେ କମ୍ବିଂ ଅପରେସନକୁ ବ୍ୟାପକ କରିବା ସହ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ।

ମାଓ ବିରୋଧୀ ଅପରେସନ୍ ସାରି ଫେରୁଥିବା ବେଳେ ଦନ୍ତେୱାଡ଼ାର ଅରନପୁର ନିକଟରେ ମାଓବାଦୀ ଆଇଡି ଲଗାଇ ଡିଆରଜି ଯବାନଙ୍କୁ ଗାଡ଼ିକୁ ଉଡ଼ାଇ ଦେଇଥିଲେ । ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ କଥା ହୋଇ ସମସ୍ତ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.