ବିମାନରେ ଯାତ୍ରା କରିବା ସମସ୍ତଙ୍କ ସ୍ୱପ୍ନ । ଯେଉଁମାନେ ଥରେ ଭ୍ରମଣ କରିଛନ୍ତି, ସେମାନେ କେବଳ ଥରେ ବିଜ୍ନେସ୍ କ୍ଲାସରେ ଯାତ୍ରା କରିବାକୁ ଚାହିଁଥାନ୍ତି । କାରଣ ବିଜ୍ନେସ୍ କ୍ଲାସର ସିଟ୍ଗୁଡ଼ିକ ବହୁତ ବଡ ଏବଂ ଏକ ସୋଫାର ଅନୁଭବ ଦେଇଥାଏ । ଏଥିରେ ଯାତ୍ରା କରିବା ଅତ୍ୟନ୍ତ ଆରାମଦାୟକ ହୋଇଥାଏ । କିନ୍ତୁ ଏହାର ଟିକେଟ୍ ବହୁତ ମହଙ୍ଗା ରହିଥାଏ । ଯଦି ଇକୋନୋମିକ୍ କ୍ଲାସର ଟିକେଟ୍ ୫ ହଜାର, ତେବେ ବିଜ୍ନେସ୍ କ୍ଲାସର ଟିକେଟ୍ ଦୁଇଗୁଣା ହୋଇଥାଏ । ସେଥିପାଇଁ ଅଧିକାଂଶ ଲୋକ ଯିବାକୁ ସକ୍ଷମ ହୋଇ ନ ଥାନ୍ତି । କିନ୍ତୁ ଏଥିପାଇଁ ଜଣେ ମହିଳା ଏକ ଦେଶୀ ଜୁଗାଡ଼ ବାହାର କରିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ମହିଳାଙ୍କ ଏପରି କାର୍ଯ୍ୟ ଦେଖି ଅନ୍ୟ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ବିଜ୍ନେସ୍ କ୍ଲାସର ତିନୋଟି ସିଟ୍ ନେଇଛନ୍ତି । ସେ ବିମାନରେ ପହଞ୍ଚିବା ମାତ୍ରେ ସେ ତିନୋଟି ସିଟ୍କୁୁ ପ୍ଲାଷ୍ଟିକ୍ ଗୁଡ଼ାଇବାକୁ ଆରମ୍ଭ କରୁଛନ୍ତି । ପରେ ବହୁ ପ୍ଲାଷ୍ଟକ୍ ଗୁଡ଼ାଇ ଏକ ଅସ୍ଥାୟୀ ଶଯ୍ୟା ତିଆରି କରିଛନ୍ତି । ପରେ ସେଥିରେ ଏକ ଗଦି ବି ପକାଇଛନ୍ତି , ଯେମିତି କି ସେ ସେଥିରେ ସହଜରେ ଶୋଇ ପାରିବେ । ଅନ୍ୟ ଜଣେ ମହିଳା ଯାତ୍ରୀ ତାଙ୍କୁ ସାହାଯ୍ୟ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ବିରୋଧ କରିବାରୁ ମହିଳା ଜଣକ ବିମାନର କ୍ରୁ ସଦସ୍ୟଙ୍କୁ ଡାକିଥିଲେ । ସେତେବେଳେ ହିଁ ବିମାନ କର୍ମଚାରୀଙ୍କ ଆଖି ତାଙ୍କ ଉପରେ ପଡିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହେଲା । ପରେ ବିମାନ କର୍ମଚାରୀ ଜଣକ ଏହି ପ୍ଲାଷ୍ଟିକ୍କୁ କାଢି ଦେଇଥିଲେ । ଏହି ଭିଡିଓ ଏବେ ବହୁତ ଭାଇରାଲ ହେବାରେ ଲାଗିଛି ।
ଭିଡିଓ କେଉଁ ଏୟାରଲାଇନ୍ସରୁ ଆସିଛି ଏବଂ କେଉଁଠୁ ଆସିଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ । କିନ୍ତୁ ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଜଣେ ଯାତ୍ରୀ ବିମାନରେ ଏପରି କରି ପାରିବ ବୋଲି ପ୍ରଶ୍ନ କରିଛନ୍ତି ।
Comments are closed.