Latest Odisha News

ବଢ଼ିଲା ଖରା ଛୁଟି, ଜୁନ୍ ୨୧ରେ ଖୋଲିବ ସ୍କୁଲ୍

ଭୁବନେଶ୍ୱର: ଓଡ଼ିଶା ଜଳୁଥିବା ବେଳେ ବିଦ୍ୟାଳୟ ଗ୍ରୀଷ୍ମ ଅବକାଶକୁ ନେଇ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖରା ଛୁଟି ଅବଧିକୁ ବୃ୍ଦ୍ଧି କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ବିଭାଗ । ଜୁନ୍ ୨୧ରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବ ବୋଲି କହିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ପୂର୍ବରୁ ଜୁନ୍ ୧୭ରେ ଖରା ଛୁଟି ସରିବା ନେଇ ନିଷ୍ପତ୍ତି ହୋଇଥିଲା । ଶନିବାର ଛୁଟି ସରିବା ପରେ ସୋମବାର ଖୋଲିଥାନ୍ତା ବିଦ୍ୟାଳୟ । ପ୍ରବଳ ଖରା ପରେ ଏପ୍ରିଲ୍ ୨୧ରୁ ବିଦ୍ୟାଳୟଗୁଡ଼ିକରେ ଖରା ଛୁଟି ଘୋଷଣା କରାଯାଇଥିଲା ।

ଏବେ ସାରା ରାଜ୍ୟ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଥିବା ବେଳେ ଆଜି ୩୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଆଜି ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ୩ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଛି । ଆଗାମୀ ୪ ଦିନ ଏଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.