ଇଂଲଣ୍ଡ: ସମସ୍ତେ ନିଜ ପାଇଁ ଗୋଟେ ଭିନ୍ନ ସାଥୀଟିଏ ଚାହିିଁଥାନ୍ତି । କେହି ସୁନ୍ଦର ସାଥୀ ଚାହାଁନ୍ତି ତ ଆଉ କିଏ ଉଚ୍ଚଶିକ୍ଷିତ ବା ବୁଦ୍ଧିମାନ ଚାହାଁନ୍ତି । କିନ୍ତୁ ଇଂଲଣ୍ଡରେ ରହୁଥିବା ଜଣେ ମହିଳା ଡେଟିଂ ପାଇଁ ଏମିତି କିଛି ଭିନ୍ନ ସର୍ତ୍ତ ରଖନ୍ତି, ଯାହା ଆପଣ କେବେ ଶୁଣି ନ ଥିବେ ।
ଇଂଲଣ୍ଡର ପୋର୍ଟସମାଉଥରେ ରୁହନ୍ତି ଲୋରେନ୍ କେମ୍ପଟନ୍ । ତାଙ୍କର ଗୋଟେ ଝିଅ ଅଛି । ସେ ସ୍କିନ୍ କେୟାର କ୍ଲିନିକରେ କାମ କରନ୍ତି । ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ୧୦ ବର୍ଷ ଧରି ଏକୁଟିଆ ଅଛନ୍ତି । ଲରେନ୍ଙ୍କୁ ଏବେ ମାତ୍ର ୩୬ ବର୍ଷ ବୟସ । ଏବେ ସେ ନିଜ ପାଇଁ ଗୋଟେ ସାଥୀଟିଏ ଖୋଜୁଛନ୍ତି । ସେ ହିଙ୍ଗ୍ ଡେଟିଂ ଆପ୍ ରେ ନିଜର ପ୍ରୋଫାଇଲ୍ ତିଆରି କରିଛନ୍ତି । ସେ ତାଙ୍କ ବାୟୋଡ଼ାଟାରେ ସ୍ପଷ୍ଟ କରି ଲେଖିଛନ୍ତି ଯେ ଯଦି କେହି ତାଙ୍କ ସହ ଡେଟ୍ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଏକ ଆବେଦନ ଦାଖଲ କରିବାକୁ ପଡିବ । ଏହାସହିତ ୫୦୦ ଶବ୍ଦର ଏକ ପ୍ରବନ୍ଧ ଲେଖିକି ପଠାଇବାକୁ ହେବ । ଯେଉଁଥିରେ ସେ ଲେଖିବେ ଯେ, ସେ ତାଙ୍କ ସହିତ କାହିଁକି ଡେଟରେ ଯିବେ? କିନ୍ତୁ ଏହି ସର୍ତ୍ତ କେବଳ ମଜାରେ ରଖିଥିଲେ । ଏହି ମଜାକ ନେଇ ଲୋକଙ୍କ ଅଜବ ପ୍ରତିକ୍ରିୟା ମିଳିଛି ।
ଲରେନ୍ କହିଛନ୍ତି ଯେ, ସେ ଅନେକ ଲୋକଙ୍କଠାରୁ ପ୍ରତିକ୍ରିୟା ପାଇଛନ୍ତି । ଡେଟିଂ ଆପ୍ ସହିତ ତାଙ୍କର ଅଭିଜ୍ଞତା ଭଲ ନାହିଁ । ତାଙ୍କର ଅଧିକାଂଶ ପ୍ରତିକ୍ରିୟା ବିରକ୍ତିକର ଥିଲା । ଯଦିଓ ସେ ଏପରି ସର୍ତ୍ତ ମଜାରେ ରଖିଥିଲେ, କିନ୍ତୁ ଲୋକଙ୍କ ଉତ୍ତର ଗମ୍ଭୀର ଥିଲା । ସେଥିଲାଗି ସେ ଏବେ ଡେଟିଂ ଆପ୍ ଠାରୁ ନିଜକୁ ଦୂରେଇ ରଖିଛନ୍ତି ।
Comments are closed.