Latest Odisha News

ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦଙ୍କୁ ନିଯୁକ୍ତ କରାଯାଇଛି । ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ହେଉଛନ୍ତି ପ୍ରବୀଣ ସୁଦ । ସେ ଦୁଇ ବର୍ଷ ଧରି ସିବିଆଇ ନିର୍ଦ୍ଦେଶକ ରହିବେ । ଏବେ ସିବିଆଇ ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୟସ୍ୱାଲଙ୍କ କାର୍ଯ୍ୟକାଳ ମେ ୨୫ରେ ସରୁଛି ।

ସେହିଦିନ ପ୍ରବୀଣ ସୁଦ୍ ଯୋଗ ଦେଇ ପାରନ୍ତି । ଗତ ମାର୍ଚ୍ଚ ମାସରେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଅଭିଯୋଗ କରିଥିଲେ, ପ୍ରବୀଣ ସୁଦ୍ ବିଜେପି ସରକାରର ସାଥ୍ ଦେଉଛନ୍ତି । ଏପରିକି ତାଙ୍କ ଗିରଫଦାରୀ ଦାବି କରି କହିଥିଲେ ପୋଲିସ ଡିଜି ଭାବେ ସେ କୁଆଡ଼େ କଂଗ୍ରେସ ନେତାଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି ।

ସିବିଆଇ ମୁଖ୍ୟ ଚୟନ ନେଇ ଶନିବାର ସିଲେକ୍ସନ କମିଟି ବୈଠକ ବସିଥିଲା । ଯେଉଁଥିରେ ୩ ଜଣଙ୍କ ନାଁକୁ ସର୍ଟଲିଷ୍ଟ କରାଯାଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି ଓ ଲୋକସଭାରେ ବିରୋଧୀ ଦଳ ନେତା ସାମିଲ୍ ଥିଲେ । ପ୍ରବୀଣ ସୁଦଙ୍କ ବ୍ୟତୀତ ମଧ୍ୟପ୍ରଦେଶ ଡିଜିପି ସୁଧୀର ସକ୍ସେନା ଓ ବରିଷ୍ଠ ଆଇପିଏସ୍ ତାଜ ହାସନଙ୍କ ନାଁ ସର୍ଟଲିଷ୍ଟ କରାଯାଇଥିଲା ।

Leave A Reply

Your email address will not be published.