Latest Odisha News

ଶିକ୍ଷୟିତ୍ରୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଯାଜପୁର: ଦିନ ଦିପହରେ ହତ୍ୟାକାଣ୍ଡ । ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ ଦୁର୍ବୃତ୍ତ। ଯାଜପୁର ରୋଡ୍ ରାଛିପୁର ଛକରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ଶିକ୍ଷୟିତ୍ରୀଙ୍କ ନାଁ ମହାମାୟା ଜେନା।

ଅନ୍ୟ ଜଣେ ଶିକ୍ଷକ ମୋହିନୀ ମୋହନ ମୁଦୁଲିଙ୍କ ସହ ଶିକ୍ଷୟିତ୍ରୀ ଜଣକ ବାଇକ୍‌ରେ ଆସୁଥିବା ବେଳେ ଏହି ଆକ୍ରମଣ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି।   ସେହିପରି ଶିକ୍ଷକ ମୋହିନୀ ମୋହନ ଗୁରୁତର ଆହତ ହୋଇଛନ୍ତି । ତେବେ ହତ୍ୟାକାଣ୍ଡ ପଛର ରହସ୍ୟ କ’ଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments are closed.