Latest Odisha News

BREAKING NEWS

ଦିଦି ନିଖୋଜ ମାମଲା: ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ, ୩ ଜଣ ନିଲମ୍ବିତ

ବଲାଙ୍ଗିର: କଳାହାଣ୍ଡି ଜିଲ୍ଲା ସନସାଇନ୍ ପବ୍ଲିକ୍ ସ୍କୁଲ ଓ କଲେଜର ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଗୋବିନ୍ଦ ସାବୁ । ଗତକାଲି ପୋଲିସ ବ୍ୟାରେକରୁ ସେ ଛୁ ମାରିଛନ୍ତି ।

ଏହି ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସପି । କର୍ତ୍ତବ୍ୟରେ ଅବହେଳା ପାଇଁ ୩ କନେଷ୍ଟବଳ ରାକେଶ ବିଶ୍ୱାଳ, ଦୟା ଜାନୀ ଓ ରବୀନ୍ଦ୍ର ଝିଲେନିଙ୍କୁ ନିଲମ୍ବନ କରାଯାଇଛି ।

ଗତ ୧୦ ଦିନ ଧରି ନିଖୋଜ ଅଛନ୍ତି ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର । ତାଙ୍କ ଘର ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗାଁରେ । ବଲାଙ୍ଗିର ପୋଲିସ ଲାପଟପ୍ ଜବତ କରି ତଦନ୍ତ ଜାରି ରଖିଛି । ପରିବାର ଲୋକଙ୍କ କହିବା ଅନୁସାରେ, ଗତ ୮ ତାରିଖରେ ମମିତାଙ୍କୁ ଗୋବିନ୍ଦ ସାହୁ କିଛି ଜରୁରୀ କାମ ପାଇଁ ସ୍କୁଲ୍‌ ଆସିବାକୁ ଫୋନ କରିଥିଲେ ।

ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ପୋଲିସ । ଗତକାଲି ରାତିରେ ସେ ଚମ୍ପଟ ମାରିଥିଲେ । ତାଙ୍କୁ ଫେରାର୍ କରାଇବାରେ ପୋଲିସ କର୍ମଚାରୀ ସହାୟତା କରିଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.