ଦୁବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବେଳ ଭଲ ନାହିଁ । ଯାହା ବି କିଛି କରୁଛନ୍ତି ତାହା ତାଙ୍କ ସପକ୍ଷରେ ଯାଉନି । ନିକଟରେ ସେ ଦୀପାବଳୀ ନେଇ ପ୍ରଶଂସକଙ୍କୁ ଜ୍ଞାନ ବାଂଟିଥିଲେ । ମାତ୍ର ଏ ନେଇ ପ୍ରଶଂସକମାନେ ବିଗିଡି ଯିବା ସହ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏପରିକି ସୋସିଆଲ ସାଇଟରେ ସୁନୋ ବିରାଟ ଟ୍ରେଣ୍ଡ କରିବା ଲାଗିଛି । ବାଜେ କଥାରେ ମୁଣ୍ଡ ପୂରାଇବା ବଦଳରେ ଟି୨୦ ବିଶ୍ୱକପ ନେଇ ମନୋନିବେଶ କରିବାକୁ ପରାମର୍ଶ ଦେଇଛନ୍ତି ।
କୋହଲିଙ୍କୁ ନେଇ ବିଭିନ୍ନ ମେମ୍ସ ସୋସିଆଲ ସାଇଟରେ ପ୍ରଶଂସକମାନେ ଶେୟାର କରିଛନ୍ତି । କୋହଲି ପରିବେଶ ପ୍ରଦୂଷଣ ପାଇଁ ବାଣ ନ ଫୁଟାଇବାକୁ ପରାମର୍ଶ ଦେଇ ଗତ ବର୍ଷ ବି ଟ୍ରୋଲ ହୋଇଥିଲେ । ଜଣେ ପ୍ରଶଂସକ ଲେଖିଛନ୍ତି ତୁମେ ଜେଟ ବ୍ୟବହାର କରି ଯେତିକି ପରିବେଶ ପ୍ରଦୂଷଣ କରୁଛ ଆମେ ତା ଠାରୁ ବହୁତ କମ କ୍ଷତି କରୁଛୁ ।