Latest Odisha News

BREAKING NEWS

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ନୁଆ ମୋଡ଼, ମାଟି ତଳୁ ମିଳିଲା ମମିତାଙ୍କ ଜନିଷ

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା ।  କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ନୁଆ ମୋଡ଼ । ମହାଲିଙ୍ଗ୍ ଷ୍ଟାଡିୟମ୍ ରୁ ମିଳିଲା ଗଳିତ ମୃତଦେହ ନିଖୋଜ ମମିତା ମେହେରଙ୍କ ହୋଇଥିବା ସନ୍ଦେହ କରାଯାଉଥିଲା ।

ମାଟିତଳୁ ମିଳିଥିବା ସୁନା ଚେନ୍, ପାଉଁଜି ଓ ବ୍ୟାଗ୍ ମମିତାଙ୍କର, ଥାନାରେ ଚିହ୍ନଟ କଲେ ବଡବାପା ।  ମହାଲିଙ୍ଗ କେଗାଁ ଥାନାରେ ଚିହ୍ନଟ କଲେ ମମିତାଙ୍କ ବଡବାପା କୌଶିକ ମେହେର । ମମିତା ମେହେରଙ୍କୁ ହତ୍ୟା ପରେ ପୋଡି ଦେଇ ମାଟି ତଳେ ପୋତି ଦିଆଯାଇଥିବା ସନ୍ଦେହ । ତେବେ ଏହା ପଛରେ ରହିଛି ଅନେକ ଗୁଢ ରହସ୍ୟ । ଯାହା ଫେରାର ଥିବା ସ୍କୁଲ ସଭାପତି ଗୋବିନ୍ଦ ସାହୁ ଗିରଫ ପରେ ହେବ ଖୁଲାସା ।

ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜର ୧୨ ଦିନ ପରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ ।  ପୋଲିସ ଉପସ୍ଥିତିରେ ମହାଲିଙ୍ଗ ସ୍ଥିତ ସରକାରୀ ସ୍କୁଲର ନିର୍ମାଣଧୀନ ଖେଳ ପଡିଆରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଥିଲା ।  ପ୍ରାୟ ୫ ଫୁଟ ମାଟି ତଳୁ ପୋଡା ହାଡ, ରୂପା ପାଉଁଜି, ଭ୍ୟାନିଟି ବ୍ୟାଗ ଜବତ କରିଛି ସାଇଣ୍ଟିଫିକ୍ ଟିମ୍ । ସେସବୁ ମମିତାଙ୍କର ବୋଲି ପରିବାରଲୋକ ଚିହ୍ନଟ କରିଛନ୍ତି । ଆବଶ୍ୟକ ପଡିଲେ ଜବତ ହାଡର ଡିଏନଏ ଟେଷ୍ଟ ମଧ୍ୟ କରାଯିବ ।

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଗତ ୮ ତାରିଖଠାରୁ ନିଖୋଜ ଥିଲେ । ପରିବାରଲୋକ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଦକେଲା ଥାନାରେ ମାମଲା ରୁଜୁ କଲେ ।  ୧୪ ତାରିଖ ଦିନ ପୋଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା । ହେଲେ ହଠାତ ୧୬ ତାରିଖ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ହେପାଜତରୁ ଫେରାର ପରେ ତନାଘନା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.