ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଏମିତି ବି କିଛି ଭିଡ଼ିଓ ଦେଖିବାକୁ ମିଳେ,ଯାହା ଆପଣଙ୍କୁ ହସାଇଥାଏ । ତଥାପି, ବେଳେବେଳେ ଏପରି ଜିନିଷ ମଧ୍ୟ ଦେଖାଯାଏ, ଯାହା ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ । ଜଣେ ମହିଳା ନିଜ କାରକୁ ପାଣି ବଦଳରେ ପେଟ୍ରୋଲରେ ଧୋଉଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏବେ ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଛି । ଏହି ଦର ବୃଦ୍ଧି ଯୋଗୁ ମଧ୍ୟବିତ୍ ଲୋକେ ଗାଡ଼ି ଚଲାଇବାକୁ ଭୟ ବି କରୁଛନ୍ତି । ଏପରି କ୍ଷେତ୍ରରେ ଜଣେ ମହିଳା ନିଜ ଗାଡ଼ିକୁ ପେଟ୍ରୋଲରେ ଧୋଇବା ସମସ୍ତଙ୍କୁ ଚକିତ କରିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ନିଜ କାର ଧରି ଏକ ପେଟ୍ରୋଲ ପମ୍ପରେ ଠିଆ ହୋଇଛନ୍ତି । ହାତରେ ତେଲ ଭରିବା ପାଇପ ଧରି କାର ଧୋଉଛନ୍ତି । ଯେପରି ପାଇପ ପାଣିରେ ଧୋଉଛନ୍ତି । ପ୍ରକୃତରେ ମହିଳା ଜଣକ ପାଣି ନୁହେଁ, ପେଟ୍ରୋଲରେ ନିଜ ଗାଡ଼ିକୁ ଧୋଉଛନ୍ତି । ଏପରି କରୁଥିବା ଦେଖି ପେଟ୍ରୋଲ ପମ୍ପରେ ଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । ଆମ ଦେଶରେ ପେଟ୍ରୋଲ ପମ୍ପରେ କର୍ମଚାରୀ ଥାଆନ୍ତି, ଯେଉଁମାନେ କାରରେ ତେଲ ଭରିବା କାମ କରନ୍ତି । କିନ୍ତୁ ବିଦେଶର ଅନେକ ସ୍ଥାନରେ ଲୋକଙ୍କୁ ନିଜେ ତେଲ ଭରିବାକୁ ପଡେ, କାରଣ ସେଠାରେ କୋଣସି କର୍ମଚାରୀ ନ ଥାନ୍ତି । ମହିଳା ଜଣକଙ୍କର ଏପରି ଆଚରଣକୁ ଅଧିକାଂଶ ଲୋକ ନାପସନ୍ଦ କରିଛନ୍ତି ।
BREAKING NEWS
- ବ୍ରହ୍ମପୁତ୍ରରେ ଓଲଟିଲା ଡଙ୍ଗା; ଶିଶୁଙ୍କ ସମେତ ୬ ନିଖୋଜ
- କାଲି ଓଡ଼ିଶା ବନ୍ଦ; ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଫରୱାର୍ଡ଼ ବ୍ଲକର ସମର୍ଥନ
- Mamata Kulkarni: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ
- କେନ୍ଦ୍ର ବଜେଟ୍ ୨୦୨୬-୨୭; ହାଲୱା ଉତ୍ସବ ସହିତ ଅନ୍ତିମ ପର୍ଯ୍ୟାୟରେ ବଜେଟ୍ ପ୍ରସ୍ତୁତି
- ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ କଟକଣା
- Ratna Bhandar: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ହାଇକୋର୍ଟ
- Hardcore Maoist Azad: କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ
- ଗିରଫ ହେଲେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର
- ଭାରତର ପ୍ରଥମ FRP ଆଲୁମିନିୟମ ୟୁନିଟ୍ ସମ୍ବଲପୁରରେ ଉଦଘାଟିତ
- ଅଫେରା ରାଇଜରେ ବଲିଉଡର ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସମୀର ପାତ୍ର…
Comments are closed.