ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଏମିତି ବି କିଛି ଭିଡ଼ିଓ ଦେଖିବାକୁ ମିଳେ,ଯାହା ଆପଣଙ୍କୁ ହସାଇଥାଏ । ତଥାପି, ବେଳେବେଳେ ଏପରି ଜିନିଷ ମଧ୍ୟ ଦେଖାଯାଏ, ଯାହା ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ । ଜଣେ ମହିଳା ନିଜ କାରକୁ ପାଣି ବଦଳରେ ପେଟ୍ରୋଲରେ ଧୋଉଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏବେ ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଛି । ଏହି ଦର ବୃଦ୍ଧି ଯୋଗୁ ମଧ୍ୟବିତ୍ ଲୋକେ ଗାଡ଼ି ଚଲାଇବାକୁ ଭୟ ବି କରୁଛନ୍ତି । ଏପରି କ୍ଷେତ୍ରରେ ଜଣେ ମହିଳା ନିଜ ଗାଡ଼ିକୁ ପେଟ୍ରୋଲରେ ଧୋଇବା ସମସ୍ତଙ୍କୁ ଚକିତ କରିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ନିଜ କାର ଧରି ଏକ ପେଟ୍ରୋଲ ପମ୍ପରେ ଠିଆ ହୋଇଛନ୍ତି । ହାତରେ ତେଲ ଭରିବା ପାଇପ ଧରି କାର ଧୋଉଛନ୍ତି । ଯେପରି ପାଇପ ପାଣିରେ ଧୋଉଛନ୍ତି । ପ୍ରକୃତରେ ମହିଳା ଜଣକ ପାଣି ନୁହେଁ, ପେଟ୍ରୋଲରେ ନିଜ ଗାଡ଼ିକୁ ଧୋଉଛନ୍ତି । ଏପରି କରୁଥିବା ଦେଖି ପେଟ୍ରୋଲ ପମ୍ପରେ ଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । ଆମ ଦେଶରେ ପେଟ୍ରୋଲ ପମ୍ପରେ କର୍ମଚାରୀ ଥାଆନ୍ତି, ଯେଉଁମାନେ କାରରେ ତେଲ ଭରିବା କାମ କରନ୍ତି । କିନ୍ତୁ ବିଦେଶର ଅନେକ ସ୍ଥାନରେ ଲୋକଙ୍କୁ ନିଜେ ତେଲ ଭରିବାକୁ ପଡେ, କାରଣ ସେଠାରେ କୋଣସି କର୍ମଚାରୀ ନ ଥାନ୍ତି । ମହିଳା ଜଣକଙ୍କର ଏପରି ଆଚରଣକୁ ଅଧିକାଂଶ ଲୋକ ନାପସନ୍ଦ କରିଛନ୍ତି ।
BREAKING NEWS
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
Comments are closed.