Latest Odisha News

ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ଯ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଶୁଭ ଲଗ୍ନ ଧାର୍ଯ୍ଯ କରାଯାଇଛି।

ଆସନ୍ତା ସେପ୍ଟେମ୍ବର ୮ରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ କରାଯିବ। ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମାନଙ୍କ ଦ୍ବାରା ଲଗ୍ନ ଧାର୍ଯ୍ୟ ହୋଇଛି। ନବାନ୍ନ ଲାଗି ପରେ ଲୋକମାନେ ଘରେ ଘରେ ନୂଆ ଖାଇବାର ପରମ୍ପରା ରହିଛି।

ତେବେ ନୂଆ ଅନ୍ନ ପ୍ରଥମେ ଇଷ୍ଟ ଦେବାଦେବୀଙ୍କୁ ପାରମ୍ପରିକ ରୀତିନୀତିରେ ଅର୍ପଣ କରାଯିବା ପରେ ତାହାକୁ ପ୍ରସାଦ ଭାବେ ନିଜେ ଗ୍ରହଣ କରିଥାନ୍ତି। ପରେ ଅନ୍ୟମାନଙ୍କୁ ପଂକ୍ତି ଭୋଜନରେ ଆପ୍ୟାୟିତ କରିବା ପରମ୍ପରା ରହିଛି।

ନୂଆଁଖାଇ ସମୟରେ ଘର ବାହାରେ ଥିବା ଲୋକମାନେ ଘରମୁହାଁ ହେବା ସହ ପରିବାର ସହ ମିଶି ନବାନ୍ନ ଖାଇବାର ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି।

Comments are closed.