Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥିରିମାନେ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଲାହିରୁ ଥିରିମାନେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ୨୦୨୨ ମାର୍ଚ୍ଚରେ ସେ ଶ୍ରୀଲଙ୍କା ପକ୍ଷରୁ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୨୦୧୦ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିବା ଏହି କ୍ରିକେଟର ଦୀର୍ଘ ଦିନ ଧରି ଦଳରୁ ବାହାରେ ଥିଲେ । ଜାତୀୟ ଦଳ ପକ୍ଷରୁ କ୍ରିକେଟ ଖେଳିବା ମୋ ପାଇଁ ଗର୍ବର ବିଷୟ ଥିଲା । ୧୩ ବର୍ଷର ଏହି ଯାତ୍ରାରେ ଅନେକ ସ୍ମୃତି ମୋ ସହିତ ରହିଛି ଓ ରହିବ । ସେ ୧୯୭ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୪୪ ଟେଷ୍ଟରେ ୨୦୮୮ରନ, ୧୨୭ ଦିନିକିଆରେ ୩୧୬୪ ଓ ୨୬ଟି ଟି୨୦ରେ ୨୯୧ ରନ କରିଛନ୍ତି ।

୨୦୧୪ ଟି୨୦ ବିଶ୍ୱକପ ବିଜୟୀ ଶ୍ରୀଲଙ୍କା ଦଳର ସେ ସଦସ୍ୟ ଥିଲେ । ଫାଇନାଲରେ ଭାରତକୁ ୬ ୱିକେଟରେ ହରାଇ ଶ୍ରୀଲଙ୍କା ଟାଇଟଲ ହାସଲ କରିଥିଲା । ଥିରିମାନେ ଫାଇନାଲରେ ୭ରନ କରିଥିଲେ ସୁଦ୍ଧା ସେମିଫାଇନାଲରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦଳ ପାଇଁ ୩୫ ବଲରୁ ୪୪ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଥିରିମାନେଙ୍କ ପ୍ରଶଂସକମାନେ ଲେଖିଛନ୍ତି ଯେ, ଆମେ ଆପଣଙ୍କ ଅନୁପସ୍ଥିତି ଅନୁଭବ କରିବୁ । ନୂତନ ଯାତ୍ରା ପାଇଁ ଶୁଭକାମନା ।

Leave A Reply

Your email address will not be published.