Latest Odisha News

BREAKING NEWS

ଚେନ୍ନାଇ ଚାଲାଣ ବେଳେ ୨ ଭଉଣୀ ଉଦ୍ଧାର, କହିଲେ ‘ମାଆଙ୍କ ପୁରୁଷ ବନ୍ଧୁ ଦେଉଥିଲେ ଯୌନ ନିର୍ଯାତନା’

ସମ୍ବଲପୁର: ଚେନ୍ନାଇ ଚାଲାଣ ବେଳେ ସମ୍ବଲପୁର ରେଲୱେ ଷ୍ଟେସନରୁ ଦୁଇ ନାବାଳିକା ଭଉଣୀଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଦୁଇ ନାବାଳିକା ଉଭଣୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ମାଆଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ମାଆଙ୍କ ପୁରୁଷ ବନ୍ଧୁ ସେମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ।

ପୋଲିସ ସୂଚନା ଅନୁସାରେ, ଉଭୟଙ୍କୁ ତାଙ୍କ ମାଆ ଓ ପୁରୁଷ ବନ୍ଧୁ ଚେନ୍ନାଇକୁ ଚାଲାଣ କରୁଥିଲେ । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼଼ ପୋଲିସ ଠାରୁ ସୂଚନା ପାଇ ପୋଲିସ ସମ୍ବଲପୁର ରେଲୱେ ଷ୍ଟେସନରୁ ୨ ଭଉଣୀଙ୍କୁ ଉଦ୍ଧାର କରିଛି । ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।

ଉଦ୍ଧାର ପରେ ଉଭୟ ନାବାଳିକାଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି । ପରେ ଉଭୟଙ୍କୁ ସିଡବ୍ଲୁସିରେ ହାଜର କରାଯାଇଛି । ସେଠାରେ ୨ ଭଉଣୀ ମାଆଙ୍କ ପୁରୁଷ ବନ୍ଧୁ ଦ୍ୱାରା ଯୌନ ନିର୍ଯାତିତ ହୋଇଥିବା କହିଛନ୍ତି । ସମ୍ପୂର୍ଣ୍ଣ ମାମଲାର ପୋଲିସ ତଦନ୍ତ କରୁଥିବା କହିଛି ।

ମହିଳା ଅଧିକାରୀ ୨ ନାବାଳିକାଙ୍କ ମନ୍ତବ୍ୟ ରେକର୍ଡ କରିବା ପରେ ମାଜିଷ୍ଟ୍ରେଟ୍ ମଧ୍ୟ ମନ୍ତବ୍ୟ ରେକର୍ଡ କରିଛନ୍ତି । ତଦନ୍ତ ସରିବା ପରେ ହିଁ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ ।

Leave A Reply

Your email address will not be published.