Latest Odisha News

BREAKING NEWS

ମା’ ବିରଜାଙ୍କ ପୀଠରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ

ଯାଜପୁର : ମା ବିରଜାଙ୍କ ପୀଠ ରେ ଗତକାଲି ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ସମାପ୍ତ ପରେ ରାତ୍ରିରେ ରଥ ଉପରେ ରୀତିନୀତି ପୂଜାର୍ଚ୍ଚନା ହେବା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରେ ମା’ଙ୍କ ବିଜେ ପ୍ରତିମାକୁ ଲାଖବିନ୍ଧା ପଡିଆକୁ ନିଆଯାଇଥିଲା। ସେଠାରେ ପୂଜାର୍ଚ୍ଚନା ହେବା ପରେ ସମାଜରୁ ପାପ ନାଶ କରିବା ଉଦ୍ଦେଶ୍ୟରେ ଚତୁର୍ଦିଗକୁ ସର କ୍ଷେପଣ କରାଯାଇଥିଲା।

ପରେ ନଅରପଦା ଦେଇ ମା’ଙ୍କ ବିଜେପ୍ରତିମାକୁ ଅଣାଯାଇ ମନ୍ଦିର ପ୍ରବେଶ କରାଯାଇଛି । ଏନେଇ ମା’ଙ୍କ ଲାଖବିନ୍ଧା ପର୍ଵକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଆଜି ମା’ଙ୍କ ବିଜୟା ଦଶମୀ ପାଳିତ ହେବ।

 

Comments are closed.